କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ହୋଇଛି । ସାଢେ ୪ ମାସ ଧରି କଣ୍ଟେନରରେ ବରଫ ଭିତରେ ରହିଥିବା ମୃତଦେହ ଗୁଡିକୁ ପୋଡିବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା । ପରିଚୟ ଖୋଜୁଥିବା ଶବର କେହି ନଥିବା ବେଳେ ପ୍ରଦୀପ ସେବା ଟ୍ରେଷ୍ଟର ସଦସ୍ୟ କରିଛନ୍ତି ଅନ୍ତିମ ସଂସ୍କାର ।
ଅନୁଷ୍ଠାନର ୫ ଜଣ ମହିଳା ସଦସ୍ୟ ଏଥିରେ ନିୟୋଜିତ ହୋଇଥିଲେ । ରାତି ସାରା ଶ୍ମଶାନରେ ରହି ଅନ୍ତିମ ସଂସ୍କାର କରିଥିଲେ । ୧୨ ଘଣ୍ଟାର ଏହି କାମ କରିଥିଲେ ମହିଳାମାନେ । ସେହି ସମୟର ଅନୁଭୂତି କହିଛନ୍ତି, ପ୍ରଦୀପ ସେବା ଟ୍ରେଷ୍ଟର ସମ୍ପାଦିକା ତଥା ଭରତପୁର ଶ୍ମଶାନ ପରିଚାଳିକା ମଧୁସ୍ମିତା ପୃଷ୍ଟି । କେମିତି ମରଶରୀରକୁ ଟେକି ଜୁଇରେ ରଖାଯିବ ଓ ମୁଖାଗ୍ନି ଦେଇ କିପରି ଭଲରେ ପୋଡିବ, ତାହା ହିଁ ମୁଣ୍ଡରେ ଚାଲୁଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/yhnyhjn.jpg)