କନକ ବ୍ୟୁରୋ : ବାହନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ବାହାନଗାର ଷ୍ଟେସନର ୪ କର୍ମଚାରୀଙ୍କୁ କରାଯାଇଛି ଜେରା ।ଗିରଫ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ଅଲଗା ଅଲଗା ପଚରାଉଚରା କରିଛନ୍ତି ସିବିଆଇ ଅଧିକାରୀ । ସେମାନେ ରିଲେ ରୁମ୍, ସିଗନାଲ, କର୍ମଚାରୀ ହୋଇଥିବା କୁହାଯାଉଛି । ଛାତିଥରା ଦୁର୍ଘଟଣା ପୂର୍ବରୁ ସେମାନେ କେଉଁଠି ଉପସ୍ଥିତ ଥିଲେ । ଦୁର୍ଘଟଣା ସମୟରେ କ’ଣ କରୁଥିଲେ । ଅଭିଯୁକ୍ତମାନଙ୍କ ଗତିବିଧି କ’ଣ ଥିଲା,ରିଲେ ରୁମରେ କେହି ବାହାର ଲୋକ ଉପସ୍ଥିତ ଥିଲେ କି ଏସବୁ ଦିଗ ଉପରେ ଜେରା କରାଯାଇଛି ।

Advertisment