ବାହାନଗା ଟ୍ରେନ ଦୁର୍ଘଟଣା : ୨୮୯କୁ ବଢିଲା ମୃତକଙ୍କ ସଂଖ୍ୟା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ।

ବାହାନଗା ଟ୍ରେନ ଦୁର୍ଘଟଣା : ୨୮୯କୁ ବଢିଲା ମୃତକଙ୍କ ସଂଖ୍ୟା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିଛି । ପୂର୍ବରୁ ମୃତକଙ୍କ ସଂଖ୍ୟା ୨୮୮ ଥିବା ବେଳେ ଏବେ ଏହା ୨୮୯ରେ ପହଞ୍ଚିଛି । କାରଣ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବିହାରର ବିଜୟ ପାଶୱାନ । ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଏସିସିବିରେ ଚିକିତ୍ସିତ ହେଉଥିଲେ ବିଜୟ । ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏସସିବିରେ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ମୃତ୍ୟୁ ।

ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୧୨ ଦିନ ପୁରିଛି । ଏହାଭିତରେ ସିବିଆଇ ଏହି ଘଟଣାର ଯାଞ୍ଚ ଜାରି ରଖିଛି । ଘଟଣାସ୍ଥଳରେ ଯାଞ୍ଚ କରିବା ସହ ରେଲୱେ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରୁଛି । କିନ୍ତୁ ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି କାରଣରୁ ହୋଇଛି ତାହା ଉପରୁ ଏଯାଏଁ ପରଦା ହଟିନି । ଅନ୍ୟପଟେ ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ସମସ୍ତ ମରଶରୀରକୁ ଏମ୍ସ ଅଣାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଉଛି । ଏବେ ଅନେକ ମୃତଦେହର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନି । ମୃତଦେହକୁ କଣ୍ଟେନରରେ ରଖାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe