କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ୮ ମାସ ବିତିଗଲା । ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଇଛି । ଆଉ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ସେକ୍ ସଲିମ । ଦୁର୍ଘଟଣାରେ ରକ୍ତ ଜୁଡ଼ୁବୁଡ଼ୁ ଅବସାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ଏବେବି ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପରିବାର ପାଖରେ ଅର୍ଥ ନାହିଁ । ତେଣୁ ସାହାଯ୍ୟ ପାଇଁ ରେଳମନ୍ତ୍ରୀଙ୍କୁ ଟୁଇଟ କରି ସହାୟତା ମାଗିଛନ୍ତି ସଲିମଙ୍କ ପରିବାର ।

Advertisment

ପ୍ରଥମେ କଟକ ବଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ପର୍ଯ୍ୟାୟକ୍ରମେ ତାଙ୍କର ଉଭୟ ହାତର ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପୁଣି ଥରେ ତାଙ୍କର ଦୁଇ ହାତରେ ଅସ୍ତ୍ରୋପଚାର କରିବାକୁ ପଡ଼ିଛି । ଅକ୍ଟୋବରରେ ଗୋଟିଏ ହାତ ଓ ବର୍ତ୍ତମାନ ଜାନୁଆରୀରେ ଅସ୍ତିଶଲ୍ୟ ବିଭାଗରେ ଆଉ ଗୋଟିଏ ହାର ଅସ୍ତ୍ରୋପଚାର କରାଯାଇଛି । ଉଭୟ ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ ଡାକ୍ତର କହିଛନ୍ତି । ତେବେ ସଲିମଙ୍କର ସ୍ୱାସ୍ଥ୍ୟକାର୍ଡ ନଥିବାରୁ ଚିକିତ୍ସା ବାବଦରେ ପ୍ରଥମେ ୪୫ ହଜାର ଓ ପରେ ତାଠାରୁ ଅଧିକ ଖର୍ଚ୍ଚ ହେଲାଣି । ଚିକିତ୍ସାଧୀନ ରୋଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିରୁ ମିଳଳିବାକୁ ଥିବା ୫୦ ହଜାର ଟଙ୍କା ମଧ୍ୟ ମିଳି ନାହିଁ । ତେଣୁ ସହାୟତା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ୍ କରି ସହାୟତା ମାଗିଛନ୍ତି ତାଙ୍କ ପରିବାର ।