କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ସିବିଆଇ ତରଫରୁ ରେଳ ବିଭାଗର ୩ଜଣ କର୍ମଚାରୀଙ୍କ ନାମରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ସିବିଆଇ ତରଫରୁ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ, ଅମୀର ଖାନ ଓ ପପୁ କୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

Advertisment

ବାହାନଗା ରେଳ ଦୁର୍ଘଟଣା ମାମଲାରେ ଜୁଲାଇ ୭ ତାରିଖରେ ଏହି ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ସିବିଆଇ ତରଫରୁ ଅଦାଲତରେ କୁହାଯାଇଛି କି, ବାହାନଗା ରେଳ ଷ୍ଟେସନର ଉତ୍ତର ଗୁମୁଟି କାର୍ଯ୍ୟ ସମୟରେ ଲେବଲ କ୍ରସିଂ ଗେଟ୍ ନଂ-୯୪ର ଅପରେଶନକୁ ୧୧୦ ଭୋଲ୍ଟ ଏସି ରୁ ୨୪ ଭୋଲ୍ଟ ଡିସିକୁ ପରିବର୍ତ୍ତନ କରାଯାଇଥିଲା । ଏଥିପାଇଁ ଅନ୍ୟ ଲେବଲ କ୍ରସିଂ ଗେଟ ସଂଖ୍ୟା ୭୯ କୁ ବିଶିଷ୍ଟ ସର୍କିଟ ସ୍କେଟକୁ ବ୍ୟବହାର କରାଯାଇଥିଲା ।