କନକ ବ୍ୟୁରୋ : ନିଶାସକ୍ତ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ସାର୍ଟ ଖୋଲି ଅଫିସ ଚେୟାରରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ । ପରେ କିଛି ଲୋକ ତାଙ୍କୁ ସାର୍ଟ ପିନ୍ଧାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକର କନିଷ୍ଠ ଯନ୍ତ୍ରୀ କିଶୋର କିଷାନଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଛନ୍ତି । ତେବେ ଏହି ଭିଡିଓ କେଉଁ ଦିନର ସ୍ପଷ୍ଟ ହୋଇନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଯନ୍ତ୍ରୀଙ୍କ ସେକ୍ସନ ଅଫିସରେ ସାର୍ଟ ଖୋଲି ପୁଙ୍ଗୁଳା ଦେହରେ ଚେୟାରରେ ବସି ଘୁମେଇବା ଭଳି ଆଚରଣକୁ ସମସ୍ତେ ସମାଲୋଚନା କରୁଛନ୍ତି । ଏନେଇ କାର୍ଯ୍ୟରତ ଯନ୍ତ୍ରୀ କିଶୋର କିଷାନ ଓ ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ମଧ୍ୟ କନିଷ୍ଠ ଯନ୍ତ୍ରୀ କିଶୋର କିଷାନଙ୍କ ନାଁରେ ଡ୍ୟୁଟି ସମୟରେ ନିଶାରେ ବୁଡି ରହୁଥିବା ନେଇ ଅଭିଯୋଗ ଆସୁଥିଲା ।
ଏମିତି କି ସବୁବେଳେ ନିଶାସକ୍ତ ରହିବା, ଫାଇଲ ହଜାଇ ଦେବା, ପ୍ରକଳ୍ପ ଅଟକଳ ମୁଲ୍ୟଠାରୁ ଅଧିକ ବିଲ କରିବା, ନିଶାସସ୍ତ ହୋଇ କାର୍ଯ୍ୟାଳୟକୁ ଆସିବା ଭଳି ଅଭିଯୋଗ ହୋଇଥିଲା । ଏସବୁ ବିଡିଓଙ୍କ ନଜରକୁ ଆସିବା ପରେ ତାଙ୍କୁ କାର୍ଯ୍ୟରୁ କିଛି ଦିନ ହଟାଇ ଦେଇଥିଲେ ପରେ ଏବେ ପୁଣି ଚିତୋଳ ପଂଚାୟତର ଯନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।