ପଂଜାବ ପରେ ଛତିଶଗଡ କଂଗ୍ରେସରେ କନ୍ଦଳ: ବଘେଲ କହିଲେ ଦ୍ୱିତୀୟ ପଂଜାବ ହେବନି ଛତିଶଗଡ

111

କନକ ବ୍ୟୁରୋ: ଛତିଶଗଡ ହେବନି ଦ୍ୱିତୀୟ ପଂଜାବ । ପଂଜାବ ଭଳି ଛତିଶଗଡରେ ବି ନେତୃତ୍ୱ ପରିବର୍ତନ ନେଇ ଲାଗି ରହିଥିବା ବିବାଦକୁ ନେଇ କିଛି ଏପରି ମନ୍ତବ୍ୟ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗତ କିଛି ମାସ ଧରି ଛତିଶଗଡରେ ନେତୃତ୍ୱ ପରିବର୍ତନ ନେଇ ବିବାଦ ଲାଗି ରହିଛି । ଫିପଟି-ଫିପଟି ଫର୍ମୁଲାରେ ବାଘେଲ ଓ ମନ୍ତ୍ରୀ ଟିଏମ ସିଂହଦେଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ଚୁକ୍ତି ହୋଇଥିଲା ।

ଭୁପେଶ ବଘେଲଙ୍କ ଅଢେଇ ବର୍ଷ ଶେଷ ହୋଇଥିବାବେଳେ ତାଙ୍କୁ ହଟାଇ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବାକୁ ଅଡି ବସିଛନ୍ତି । ସେପଟେ ଛତିଶଗଡର ୨୦ରୁ ଅଧିକ ବିଧାୟକ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ସମର୍ଥନ ଜଣାଇ ଦିଲ୍ଲୀରେ ଡେରା ଜମାଇଛନ୍ତି । ଆଉ ଛତିଶଗଡ ରାଜନୀତିରେ ଲାଗି ରହିଥିବା ଏହି ସମସ୍ୟାକୁ ବିରୋଧି ସମାଲୋଚନା କରି ପଂଜାବ ସହ ତୁଳନା କରିଛନ୍ତି ।