କନକ ବ୍ୟୁରୋ : ପୁରୀ ବେଳାଭୂମିରେ ବାଗେଶ୍ୱର ବାବାଙ୍କ ହନୁମାନ ଚାଳିଶା ପାଠ । ଓଡିଶା ଗସ୍ତରେ ଆସିଥିବା ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୁମାର ଶାସ୍ତ୍ରୀ ଦୁଇ ଦିନ ତଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ପରେ ରାତି ୩ଟା ସମୟରେ ନିଜ ସମର୍ଥକଙ୍କ ସହ ବାଗେଶ୍ୱର ବାବା ପୁରୀ ବେଳାଭୂମିକୁ ଯାଇ ହନୁମାନ ଚାଳିଶା ପାଠ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ହନୁମାନ ଚାଳିଶା ପାଠ ଦ୍ୱାରା ମାନସିକ ସ୍ତରରେ ଶାନ୍ତି ମିଳିଥାଏ ବୋଲି ସେ କହିଛନ୍ତି ।
ଚର୍ଚ୍ଚାରେ ବାଗେଶ୍ୱର ବାବାଙ୍କ ଓଡ଼ିଶା ଗସ୍ତ । ଦୁଇ ଦିନ ତଳେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ କରିଥିଲେ ହନୁମାନ ଚାଳିଶା
/kanak/media/post_attachments/wp-content/uploads/2023/12/30-10.jpg)