କନକ ବ୍ୟୁରୋ: ବହୁଚର୍ଚ୍ଚିତ ବାଗେଶ୍ୱର ବାବାଙ୍କ ଭାଇ ଗିରଫ । ମଧ୍ୟପ୍ରଦେଶର ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମଙ୍କୁ ଗିରଫ କରାଯାଇଛି । ଏକ ବିବାହ ଉତ୍ସବରେ ଦଳିତ ପରିବାରଙ୍କୁ ଡରାଇବା ଓ ଧମକାଇବା ଅଭିଯୋଗରେ ବାଗେଶ୍ୱର ବାବାଙ୍କ ଭାଇ ସାଲିଗ୍ରାମକୁ ଗିରଫ କରିଛି ପୁଲିସ । ଧୀରେନ୍ଦ୍ରକୃଷ୍ଣଙ୍କ ଭାଇଙ୍କୁ ଗିରଫ କରି ଛତରପୁର ପୋଲିସ ଜିଲ୍ଲା କୋର୍ଟରେ ହାଜର କରିଛନ୍ତି । ତେବେ ଏନେଇ ଶୁଣାଣି ହୋଇନଥିବାବେଳେ ଘଟଣାରେ କୋର୍ଟ ବାହାରେ ପୋଲିସ ନିୟୋଜିତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତମାସରେ ଗଢ଼ା ଗାଁରେ ଏକ ଦଳିତ ପରିବାରର ଝିଅର ବାହାଘର ସମୟରେ ଶାଲିଗ୍ରାମ ଯାଇ ତାଙ୍କୁ ଡ଼ରେଇବା ସହ ଧମକାଇଥିଲେ । ତେବେ ସେହି ପରିବାର ବାଗେଶ୍ୱରଧାମରେ ଆୟୋଜିତ ହୋଇଥିବା ସାମୂହିକ ବିବାହରେ ବିବାହ କରିବାର ଯୋଜନା କରିଥିଲେ । ହେଲେ ପରେ ମନା କରିଦେଇଥିଲେ । ଯାହା ଫଳରେ ଶାଲିଗ୍ରାମର ରାଗରେ ଯାଇ ତାଙ୍କ ବିବାହରେ ହଙ୍ଗାମା କରିଥିବା ଭିଡ଼ିଓ ଭାଇରାଲ ହେଉଛି । ତେବେ ଏନେଇ ଏସଟି-ଏସସି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Shaligram-Garg-and-Dhriendra-Shastri.jpg)