କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଥିବା ବଗଲା ଧର୍ମଶାଳାର ଜମିକୁ ଘରୋଇ ଲଜ ତିଆରି ପାଇଁ ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ନେଇ ଅଭିଯୋଗ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ପୁରୀ, ବ୍ରହ୍ମଗିରି ବିଧାୟକଙ୍କ ସମେତ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିଷ୍ପତିର ପୁନଃବିଚାର ପାଇଁ ଜିଲ୍ଲା ବିଜେପି ଦାବି କରିଛି । ୧୯୦୫ ମସିହାରେ ‘ବଗଲା ଧର୍ମଶାଳା’କୁ ଦାନ ସୂତ୍ରରେ ପାଇଥିଲା ଜିଲ୍ଲା ପ୍ରଶାସନ । ଏଠାରେ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ରହିବାର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ କହ୍ନେଇଲାଲ ବଗଲା ଏହି ଦାନ କରିଥିଲେ । /kanak/media/post_attachments/wp-content/uploads/2020/08/Screen-Shot-2020-08-21-at-6.06.55-PM.png)
ବର୍ତମାନ କିନ୍ତୁ ବଗଲା ଧର୍ମଶାଳାର ଜମିକୁ ଘରୋଇ ଲଜ ତିଆରି ପାଇଁ କିଛି ବ୍ୟକ୍ତିବିଶେଷଙ୍କୁ ଦେବା ନେଇ ଯୋଜନା ହେଉଥିବା ଅଭିଯୋଗ ହେଉଛି । ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ଦାଖଲ ହୋଇଛି । ସେପଟେ ଗତକାଲି କନକନ୍ୟୁଜ ହାତରେ ଲାଗିଛି ସେଲଡିଡ୍ । ସାମ୍ନାକୁ ଆସିଛି ବଗଲା ଜମି ବିକ୍ରିର ସେଲଡିଡ୍ । ୬ ଜଣ ଲଜ୍ ମାଲିକଙ୍କୁ ହାତକାଟି ଧର୍ମଶାଳା ଜମିକୁ ଟେକି ଦେଇଛି ପ୍ରଶାସନ । ଧର୍ମଶାଳା ଜମିରେ ଧର୍ମଶାଳା କରିବା ଦାବିରେ ସ୍ୱର ମିଳାଇଛନ୍ତି ପୂର୍ବତନ ପୁରୀ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/10-21.jpg)