ବଗଲା ଜମି ବିବାଦ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ୍ ତଲବ । ନଭେମ୍ବର ୨ ରେ ହେବ ସମ୍ବିତ ପାତ୍ର କରିଥିବା ମାମଲାର ଶୁଣାଣି

88

କନକ ବ୍ୟୁରୋ : ପୁଣି ରାଜ୍ୟ ରାଜନୀତିରେ ବଗଲା ଧର୍ମଶାଳା ଜମି ବିବାଦ । ବଗଲା ଧର୍ମଶାଳାକୁ ନେଇ ରାଜ୍ୟ ସରକାର ଓ ବିରୋଧୀ ଦଳ ମାନଙ୍କ ଭିତରେ ଚାଲିଛି ବାକ୍ ବିତଣ୍ଡା । ଏପଟେ ବଗଲା ଜମିକୁ ନେଇ ଚାଲିଥିବା ମାମଲାରେ ରାଜ୍ୟସରକାରଙ୍କୁ ଜବାବ୍ ମାଗିଛନ୍ତି ମାନ୍ୟବର ହାଇକୋର୍ଟ । ଧର୍ମଶାଳାର ଜମିକୁ ନେଇ କୋର୍ଟରେ ବିଭିନ୍ନ ପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇ୍‌ଥିଲା । ଏହାକୁ ନେଇ ହାଇକୋର୍ଟ ରାଜ୍ୟସରକାରଙ୍କୂୁ ଜବାବ୍ ମାଗିଛନ୍ତି । ଅନ୍ୟପଟେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ସମ୍ବିତ ପାତ୍ର କରିଥିବା ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୨ ତାରିଖରେ ହାଇକୋର୍ଟରେ ହେବ ବୋଲି ସୂଚନା ମିଳିଛି ।

ସେପଟେ ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟସରକାରଙ୍କ ଉପରେ ଦୋଷ ଲଦିଛି ବିରୋଧୀ ଦଳ । ରାଜ୍ୟସରକାର କିଛି ହୋଟେଲ ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ବିକ୍ରି କରିଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି ବିରୋଧୀ ଦଳ । ହେଲେ ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ । ଗୋଟିଏ ପଟେ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ରାଜ୍ୟସରକାର ବିଭିନ୍ନ ଯୋଜନା କରୁଛନ୍ତି । କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ହେଲେ ଏହି ଆଳରେ ସେଠାରେ ଥିବା ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।