ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ । ହାଇକୋର୍ଟରେ ତୃତୀୟ ମାମଲା ଦାୟର । ସିବିଆଇ ତଦନ୍ତ ଦାବି କଲେ ଆବେଦନକାରୀ ।

129

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ନିକଟ ବଗଲା ଧର୍ମଶାଳା ଜମିବିକ୍ରି ମାମଲା ଦିନକୁ ଦିନ ନୂଆମୋଡ ନେଉଛି । ଏହି ମାମଲା ଏବେ ହାଇକୋର୍ଟରେ ଚାଲିଥିବା ବେଳେ ଏହାକୁ ନେଇ ପୁଣି ଏକ ନୂଆ ମାମଲା ଦାୟର କରାଯାଇଛି । ଏହି ନୂଆ ମାମଲାରେ ଆବେଦନକାରୀ ଦାବି କରିଛନ୍ତି କି ଜମିବିକ୍ରି ନେଇ ସିବିଆଇ ତଦନ୍ତ କରାଯାଉ । ଅନ୍ୟପଟେ ପୂର୍ବରୁ ଚାଲିଥିବା ୨ ଟି ମାମଲାକୁ ନେଇ ହାଇକୋର୍ଟ ସରକାରଙ୍କୁ ନୋଟିସ୍ କରିଥିବା ବେଳେ ଏହି ନୋଟିସ୍ ସରକାର ପାଇ ନାହାନ୍ତି ବୋଲି ସରକାରୀ ଓକିଲ କହିଛନ୍ତି । ଏହାକୁ ନେଇ ଆବେଦନକାରୀ କହିଛନ୍ତି କି ସରକାରଙ୍କ ନିକଟରେ ନୋଟସ୍ ଶୀଘ୍ର ପହଂଚାଯାଉ । ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

ସୂଚନା ଥାଉକି ଶ୍ରୀମନ୍ଦିର ଚର୍ତ୍ତୁପାଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ମନ୍ଦିର ନିକଟରେ ଥିବା ସମସ୍ତ ଉଠା ଦୋକାନ, ହୋଟେଲ, ପାନ୍ଥ ନିବାସକୁ ଉଠାଇ ଦେଇଥିଲେ । ହେଲେ ସେଠାରେ ସରକାରଙ୍କର ବଗଲା ଧର୍ମଶାଳା ନାମରେ ଏକ ଧର୍ମଶାଳା ଥିଲା । ତାହାକୁ ସରକାର ଉଠାଇ ଦେଇଥିଲେ । ହେଲେ ଏହି ବଗଲା ଧର୍ମଶାଳା ଜମିକୁ ସରକାର ସୌନ୍ଦର୍ଯ୍ୟକରଣ ନାମରେ ବିକ୍ରି କରିଦେଇଥିବା ବିରୋଧୀ ଅଭିଯୋଗ କରିଥିଲେ । ଏନେଇ ବିଜେପି ଓ କଂଗ୍ରେସ ଦୀର୍ଘଦିନ ଧରି ହୋ ହାଲ୍ଲା କରିବା ସହ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।