ବଗଲା ଧର୍ମଶାଳା ପ୍ରସଙ୍ଗରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନକୁ ବିଜେପିର ଭର୍ତ୍ସନା: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଲେ ବେଆଇନ ଭାବେ ଲଜ୍ ମାଲିକଙ୍କୁ ହୋଇଛି ବିକ୍ରି

ପୁରୀ ଯାଇ ଧର୍ମଶାଳା ଦେଖିବା ପରେ ଅପରାହ୍ନରେ ବିଜେପି ମୁଖ୍ୟାଳୟରେ କରିବେ ସାଂବାଦିକ ସମ୍ମିଳନୀ

221

କନକ ବ୍ୟୁରୋ: ବଗଲା ବିବାଦକୁ ତେଜିଲା ବିଜେପି । ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରି ଦଳର ମତାମତ ରଖିବାକୁ ଖାସ ଦିଲ୍ଲୀରୁ ଆସିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀରେ ବିଜେପିର ଲୋକସଭା ପ୍ରାର୍ଥୀ ଥିଲେ ଡକ୍ଟର ସମ୍ବିତ ପାତ୍ର । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବିତ ପାତ୍ର । କହିଛନ୍ତି ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଦାନ ସୂତ୍ରରେ ମିଳିଥିବା ଏକ ଧର୍ମଶାଳାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ବିକ୍ରି କରାଯିବା ବେଆଇନ ବୋଲି ସେ ମତ ରଖଛନ୍ତି ।

ଏହି ପ୍ରସଙ୍ଗରେ ସେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନକୁ ଜୋରଦାର ଟାର୍ଗେଟ କରିଛନ୍ତି । ପୁରୀ ଯାଇ ନିଜେ ବଗଲା ଧର୍ମଶାଳା ବୁଲି ଦେଖିବା ପରେ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ବିଜେପି ମୁଖ୍ୟଳୟରେ ସାମ୍ବାକିର ସମ୍ମିଳନୀ କରିବେ ବୋଲି କହିଛନ୍ତି । ୧୧୫ ବର୍ଷ ପୂର୍ବେ ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ଏହି ଧର୍ମଶାଳାକୁ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦାନ ଆକାରରେ ଦେଇଥିଲେ । ତେଣୁ କିଭଳି ଏହାକୁ ଲଜ ମାଲିକଙ୍କୁ ଟେକି ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।