ବଗଲା ଧର୍ମଶାଳା ମାମଲା: ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ; ଆସନ୍ତା ୨୬ରେ ମାମଲାରେ ପରବର୍ତ୍ତୀ ଶୁଣାଣୀ

130

କନକ ବ୍ୟୁରୋ: ହାଇକୋର୍ଟରେ ବଗଲା ଧର୍ମଶାଳା ମାମଲା । ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ୧୫ ଜଣ ସରକାରୀ ପ୍ରତିପକ୍ଷଙ୍କୁ ନୋଟିସ କରି ଜବାବ ମାଗିଛନ୍ତି ହାଇକୋର୍ଟ । ଏହା ସହ ୮ ଜଣ ଜମି କିଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ କରାଯାଇଛି । ସେପଟେ  ଏଯାଏଁ କୌଣସି ନୋଟିସ ଆବେଦନକାରୀଙ୍କ ନିକଟରୁ  ଗ୍ରହଣ କରିନାହୁଁ ବୋଲି ସରକାର କହିଛନ୍ତି ।

ସରକାରଙ୍କୁ ଏନେଇ ତୁରନ୍ତ ଜଣାଇବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ରେ ମାମଲାରେ ପରବର୍ତୀ ଶୁଣାଣୀ ହେବ ।  ପୂର୍ବ ଦୁଇ ମାମଲା ବ୍ୟତୀତ ଆଜି ଆଉ ଏକ ନୂଆ ମାମଲା ଦାୟର ହୋଇଛି ।  ନୂଆ ମାମଲାର  ସିବିଆଇ ତଦନ୍ତ ଦାବି କରିଛନ୍ତି ଆବେଦନକାରୀ ।