ପଞ୍ଚାୟତ ଇଲେକ୍ସନ ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟ ସିଲେକ୍ସନ କଲେ ବଦ୍ରିପାତ୍ର: ବିଧାୟକଙ୍କ ଭିଡିଓକୁ ନେଇ ବଢ଼ିଲା ବିବାଦ
କନକ ବ୍ୟୁରୋ: ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଏକ ଭିଡିଓ ଏବେ ବିବାଦୀୟ ହେବାରେ ଲାଗିଛି । କାରଣ ପଂଚାୟତ ଇଲେକ୍ସନ ପୂର୍ବରୁ ସରପଂଚ ଓ ସମିତି ସଭ୍ୟ ସିଲେକ୍ସନ କରିଛନ୍ତି ବିଧାୟକ ବଦ୍ରି ପାତ୍ର । ଘଷିପୁରା ନିର୍ବାଚନ ମଣ୍ଡଳୀର ମୁକୁନ୍ଦପୁର ପାଟଣାରେ କିଏ ହେବେ ସରପଂଚ ଓ ସମିତି ସଭ୍ୟ ତାର ସିଲେକ୍ସନ କରିସାରିଛନ୍ତି ବିଧାୟକ । ବ୍ଲକସ୍ତରରେ ଆଲୋଚନା କରି ଘଟଗାଁର ଉଚ୍ଚଶିକ୍ଷିତ ବ୍ୟକ୍ତି ଜଜେ୍ଞଶ୍ୱର ଦେହୁରୀଙ୍କୁ ସରପଂଚ ଭାବେ ଏବଂ ସୁନିତା ସରଡିଆଙ୍କୁ ସମିତି ସଭ୍ୟ ଭାବେ ମନୋନୟନ କରାଯାଇଥିବା ସେ ଏହି ଭିଡିଓରେ ଘୋଷଣା କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରିକି ପୂର୍ବରୁ ସରପଂଚ ଥିବା ଏବଂ ଚଳିତ ନିର୍ବାଚନରେ ପୁଣି ଆଶାୟୀ ଥିବା ଅନ୍ନପୂର୍ଣ୍ଣ ଦେହୁରୀଙ୍କୁ ଓହରି ଯିବା ପାଇଁ ନିବେଦନ କରିଛନ୍ତି ବିଧାୟକ । ଏହାକୁ ସାଧାରଣ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ନିର୍ବାଚନ ପୂର୍ବରୁ ବିଧାୟକ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଦେଇଥିବା ଅଭିଯୋଗ କରିଛନ୍ତି । ଏହି ବିଧାୟକଙ୍କ ଏକପ୍ରକାର ଦାଦାଗିରି ବୋଲି ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଧାୟକ କିଭଳି ଇଲେକ୍ସନ ଯାଗାରେ ସିଲେକ୍ସନ କରୁଛନ୍ତି ତାକୁ ନେଇ ବିବାଦ ସୃଷ୍ଟି ହୋଇଛି ।