କନକ ବ୍ୟୁରୋ : ପ୍ରବଳ ବର୍ଷା,ବନ୍ୟା ଏବଂ ଭୂସ୍ଖଳନ କାରଣରୁ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି । ପାଣିପାଗ ବିଭାଗ କହିଛି କି, ଜୁଲାଇ ୯ ଠାରୁ ଅନେକ ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବ ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତରାଖଣ୍ଡର ୧୩ଟି ଜିଲ୍ଲା କୁ ପାଣିପାଗବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Advertisment

ପାଣିପାଗ ବିଭାଗ ବଦ୍ରିନାଥ ଯାଉଥିବା ଯାତ୍ରୀମାନଙ୍କ ପାଇଁ ସତର୍କ ସୂଚନା ଦେଇଛନ୍ତି । ଯାତ୍ରୀମାନେ ପାହାଡକୁ ଯିବା ପୂର୍ବରୁ ପାଣିପାଗ ବିଭାଗର ସମସ୍ତ ସୂଚନା ଶୁଣିକିି ଯା’ନ୍ତୁ । ପାହାଡ ଉପରେ ସତର୍କତାର ସହ ଯିବା ଆସିବା କରନ୍ତୁ, ଏହାସହ ନଦୀକୂଳକୁ ଯିବାକୁ ମଧ୍ୟ ପାଣିପାଗ ବିଭାଗ ବାରଣ କରିଛି ।

ଅନେକ ସମୟରେ ଭୂସ୍ଖଳନ ହେଉଥିବା ଅଂଚଳର ଲୋକ ଏବଂ ନଦୀ କୂଳରେ ରହୁଥିବା ଲୋକମାନେ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯାନ୍ତୁ । ଚାଷୀମାନଙ୍କର ଫସଲକୁ ସୁରକ୍ଷିତ ରଖିବା ପାଇଁ ପାଣିପାଗ ବିଭାଗ ମଧ୍ୟ ଚେତାବନୀ ଦେଇଛି । ଉତ୍ତରାଖଣ୍ଡର ପ୍ରଧାନ ମନ୍ତ୍ରୀ ଆଜି ଭୂସ୍ଖଳନ ସ୍ଥାନ ଏବଂ ବନ୍ୟା ପ୍ରଭାବିତ ଅଂଚଳକୁ ପରିଦର୍ଶନ କରିଛନ୍ତି ।

ଉତ୍ତରାଖଣ୍ଡର କୁମାଓନରେ ପ୍ରବଳ ବର୍ଷା ହେବାରୁ ଚମ୍ପାବତ ଏବଂ ଉଧାମ ସିଂ ନଗର ଅଂଚଳରେ ବହୁତ କ୍ଷୟକ୍ଷତି ଘଟିଛି । ଏପର୍ଯ୍ୟନ୍ତ କାହାର ମୃତ୍ୟୁ ଖବର ସାମ୍ନା କୁ ଆସିନାହିଁ କିନ୍ତୁ ନଦୀ ଜଳ ମାତ୍ରାଧିକ ପ୍ରବାହିତ ହେବାରୁ ବାନବାସା ଏବଂ ତାନକପୁରରେ ସର୍ବାଧିକ ପ୍ରବାହ ଦେଖିବା ପାଇଁ ମିଳିଛି । ଉଧମ ସିଂ ନଗରର ଖତିମାଠାରେ ବର୍ଷା ଏତେ ମାତ୍ରାରେ ହୋଇଛି ଯେ ପୁରା ସହରକୁ ପାଣିରେ ବୁଡାଇ ଦେଇଛି । ଚମ୍ପାବତ ପୋଲିସ ଏବେ ପର୍ଯ୍ୟନ୍ତ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ।

ପିଡବ୍ଲୁଡି ସଚିବ ଡକ୍ଟର ପଙ୍କଜ ପାଣ୍ଡେ କହିଛନ୍ତି ଯେ, ରାମନଗରରେ ଥିବା ସେତୁ ଅତ୍ୟଧିକ ଜଳ ଏବଂ ଆବର୍ଜନା ହେବା ଫଳରେ ଭାଙ୍ଗି ଯାଇଛି । ଏହି ପୁଲ କୁ ପୂର୍ବରୁ ମଧ୍ୟ ମରାମତି କରାଯାଇଥିଲା. ଯଦିଓ ଏହା ସମ୍ବେଦନଶୀଳ ଅବସ୍ଥାରେ ନଥିଲା । ବର୍ତ୍ତମାନ ଏହି ରାସ୍ଥା ପାଇଁ ଏକ ବିକଳ୍ପ ମାର୍ଗ ପ୍ରସ୍ତୁତ କରାଯାଉଛି । ପୂର୍ବ ବର୍ଷ କ୍ଷତୁଗ୍ରସ୍ତ ହୋଇଥିବା ମାଲନ ନଦୀର ପୁଲକୁ ମରାମତି କରାଯାଉଛି । ଅନ୍ୟ ସବୁ ସେତୁ ପୁଣୁଥରେ ନିର୍ମାଣ ପାଇଁ ଏକ ବର୍ଷ ସମୟ ଲାଗିପାରେ ।