ଆରମ୍ଭ ହେଲା ଚାରିଧାମ ଯାତ୍ରା ! ଖୋଲିଲା ବାବା ବଦ୍ରିନାଥ ଧାମଙ୍କ ପହଡ଼ , ବାବା ବଦ୍ରିନାଥଙ୍କୁ ଦେଖିବାକୁ ଭକ୍ତଙ୍କ ନାହିନଥିବା ଭିଡ଼ 

166

ମଙ୍ଗଳବାରଠାରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଯାଇଛି । ଚାରିଧାମ ଭିତରୁ ଏକ ପ୍ରସିଦ୍ଧ ଧାମ ବଦ୍ରିନାଥ ମନ୍ଦିରର ପହଡ଼ ଶୁକ୍ରବାର ଅର୍ଥାତ୍ ଆଜି ଖୋଲାଯାଇଛି । ହିମାଳୟ ଶୀର୍ଷ ଅଲକନନ୍ଦା ନଦୀ କୂଳରେ ସ୍ଥିତ ବଦ୍ରିନାଥ ଧାମର ପହଡ଼ ପ୍ରାତଃ ୪ ଟା ୧୫ ସମୟରେ ଖୋଲାଯାଇଥିଲା । ଏହା ପୂର୍ବରୁ ମଙ୍ଗଳବାର ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ପହଡ଼ ଖୋଲାଯାଇଥିଲା । ଏହାପରେ ଗୁରୁବାର ବାବା କେଦାରନାଥ ଧାମଙ୍କ ପହଡ଼ ଖୋଲାଯାଇଥିଲା ।

ପ୍ରତିବର୍ଷ ଏପ୍ରିଲ ଏବଂ ମେ ମାସରେ ବଦ୍ରିନାଥ ଧାମର ପହଡ଼ ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଥାଏ । ବାବା ବଦ୍ରିନାଥଙ୍କ ଅଲୌକିକ ଦର୍ଶନ ପାଇଁ ଭକ୍ତଙ୍କ ନାହିନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଏବେଠାରୁ ଆରମ୍ଭ କରି ୬ ମାସ ପର୍ଯ୍ୟନ୍ତ ଭକ୍ତଙ୍କ ଚାରିଧାମ ଯାତ୍ରା ଚାଲୁ ରହିବ । ବିଜୟାଦଶମୀ ଦିନ କବାଟ ବନ୍ଦ ହେବାର ତାରିଖ ନିର୍ଘଣ୍ଟ କରାଯିବ ।