ଘସିପୁରା ଆସନରୁ ନାମାଙ୍କନ ଭରିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ବିରାଟ ରାଲିରେ ଉପଜିଲ୍ଲପାଳ ଅଫିସକୁ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବଦ୍ରି ପାତ୍ର

ଆଜି ହିଁ ପ୍ରାର୍ଥୀପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ

373

କନକ ବ୍ୟୁରୋ: ନାମାଙ୍କନ ଭରିଲେ ଘଷିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର । ବିରାଟ ଶୋଭାଯାତ୍୍ରାରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ସେ ନାମାଙ୍କନ ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବଦ୍ରିଙ୍କୁ ଟକ୍କର ଦେବେ କଂଗ୍ରେସରୁ ନିରଂଜନ ପଟ୍ଟନାୟକ । ସେହିପରି ଘଷିପୁରା ପାଇଁ ବିଜେପିରୁ ପୃଥ୍ୱୀରାଜ କହଁରଙ୍କୁ ପ୍ରାର୍ଥୀ କରାଯାଇଛି ।

ସେପଟେ ଆଜିି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏହି ଅବସର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଭଣ୍ଡାରିପୋଖରୀ ସମେତ ଘଷିପୁରା ଆସନରୁ ନିରଂଜନ ନିର୍ବାଚନ ଲଢ଼ିବେ ।

ଆଜି ଘଷିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ସହ ଆସନ୍ତା ୮ ତାରିଖରେ ଭଣ୍ଡାରିପୋଖରୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ବୋଲି ସୂଚନା ମିଳିଛି । ପୂର୍ବରୁ ଭଣ୍ଡାରିପୋଖରୀରୁ ଲଢ଼ିବା ନେଇ ସ୍ଥିର ହୋଇଥିବା ବେଳେ ଘଷିପୁରା ଆସନରୁ ଲଢ଼ିବା ପାଇଁ ନିଷ୍ପତି କରିଛନ୍ତି ନିରଂଜନ । ଘଷିପୁରାରୁ ବିଜେଡି ଟିକେଟ୍ରେ ଲଢ଼ୁଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଆହ୍ୱାନ ପରେ ପିସିସି ସଭାପତି ଏପରି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।