ଟୋକିଓ ଅଲିମ୍ପିକ୍ସରେ ବଢିଲା ପଦକ ଆଶା : ଡ଼େନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ

315

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ବ୍ୟାଡମିଂଟନ କ୍ୱାର୍ଟର ଫାଇନାଲରେ ଭାରତୀୟ ସଟଲର ପି. ଭି. ସିନ୍ଧୁ । ଆଜି ଖେଳାଯାଇଥିବା ରାଉଣ୍ଡ-୧୬ ମୁକାବିଲାରେ ପି.ଭି. ସିନ୍ଧୁ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ପରାସ୍ତ କରିଛନ୍ତି । ୨୧-୧୫, ୨୧-୧୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୪୧ ମିନିଟେ ସିନ୍ଧୁ ଏହି ମୁକାବିଲା ନିଜ ନାଁରେ କରିଥିଲେ । ପ୍ରଥମ ଗେମର ଆରମ୍ଭରୁ ସିନ୍ଧୁ ଭଲ ପ୍ରଦର୍ଶନ କରିଥିଲେ ।

ପ୍ରଥମ ଗେମ୍ ୨୨ ମିନିଟେ ଜିତି ନେଇଥିଲେ ସିନ୍ଧୁ । ଦ୍ୱିତୀୟ ଗେମରେ ସିନ୍ଧୁ ଆରମ୍ଭରୁ ୫-୦ରେ ଆଗୁଆ ରହିଥିଲେ । ୧୯ ମିନିଟେ ସିନ୍ଧୁ ଦ୍ୱିତୀୟ ଗେମରେ ବିଜୟ ହୋଇଥିଲେ । ପୂର୍ବରୁ ଡେନମାର୍କ ଖେଳାଳି ମିଆ ବ୍ଲିଚଫେଲ୍ଡଙ୍କୁଠାରୁ ୪ ଥର ବିଜୟୀ ହୋଇଛନ୍ତି ସିନ୍ଧୁ । କ୍ୱାର୍ଟର ଫାଇନାଲରେ ସିନ୍ଧୁଙ୍କ ମୁକାବିଲା, ଜାପାନର ଅକାନେ ୟାମାଗୁଚି ଓ ଦକ୍ଷିଣ କୋରିଆର କିମ ଗାଁ ଉନଙ୍କ ସହ ହେବାକୁ ଥିବା ମୁକାବିଲାର ବିଜେତାଙ୍କ ସହ ହେବ ।