ଦେଶର ଷ୍ଟାର ବ୍ୟାଡମିଣ୍ଟନ୍ ଖେଳାଳୀ ସାଇନା ନେହୱାଲ୍ ଖେଳ ମଇଦାନରେ ଧୁମ୍ ମଚାଇବା ପରେ ଏବେ ରାଜନୀତିର ଖେଳରେ ପାଦ ରଖିଛନ୍ତି । ସେ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରଣା ପାଇଥିବା କଥା କହିଛନ୍ତି । ସାଇନାଙ୍କ ସହ ତାଙ୍କ ବଡ଼ ଭଉଣୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତିି ।
ବିଜେପିରେ ଯୋଗ ଦେବା ପରେ ସାଇନା କହିଛନ୍ତି , ଦେଶର ହିତ ପାଇଁ ଯେଉଁ ଦଳ କାମ କରୁଛି ସେହି ଦଳ ସହ ମିଶି ସେ ଖୁବ୍ ଖୁସି ଅଛନ୍ତି । ରାଜନୀତିରେ ପାଦ ଥାପିବାକୁ ନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ତାଙ୍କୁ ଏହି ପ୍ରେରଣା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଦେଶ ପାଇଁ ପରିଶ୍ରମ କରୁଛନ୍ତି ତାଙ୍କ ସହ ମିଶି କାମ କରିବାରେ ମୋତେ ଆନନ୍ଦ ମିଳିବ । ଖେଲୋ ଇଣ୍ଡିଆ ଆରମ୍ଭ କରି ସେ ଖୁବ୍ ଭଲକାମ କରିଛନ୍ତି । ନେହୱାଲ୍ ନୂଆଦିଲ୍ଲୀରେ ବିଜେପିରେ ସାମିଲ୍ ହେଲେ । ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ତାଙ୍କୁ ବିଜେପିରେ ସାମିଲ୍ କରାଇଲେ । ଏହି ସମୟରେ ତାଙ୍କ ବଡ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ୍ ମଧ୍ୟ ବିଜେପିରେ ଯୋଗ ଦେଲେ । ଏହା ପୂର୍ବରୁ ରାଜନୀତିରେ ଅନେକ ଖେଳାଳୀ ପୂର୍ବ କ୍ରିକେଟର୍ ଗୌତମ୍ ଗମ୍ଭୀର , ରେସଲର୍ ଯୋଗେଶ୍ୱର ଦତ୍ତ ଏବଂ ବବିତା ଫୋଗାଟ ଭଳି ବଡ ଚେହେରା ଏଥିରେ ସାମିଲ୍ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/SAENA.jpg)
/kanak/media/post_attachments/wp-content/uploads/2020/01/s3-300x169.png)
/kanak/media/post_attachments/wp-content/uploads/2020/01/29_01_2020-saina_19979141_125651656-300x249.jpg)