କିଏ ହେବ ‘ବଦମାସ ଟୋକା’

କିଏ ହେବ ‘ବଦମାସ ଟୋକା’

ବଦମାସ ଟୋକା ଖୋଜିବାରେ ଏବେ ବ୍ୟସ୍ତ ନବାଗତ ପ୍ରଯୋଜକ ସୌଭାଗ୍ୟ କୁମାର ପରିଡା । ତେବେ ରିୟଲ ନୁହେଁ ରିଲ ଲାଇଫ ପାଇଁ ବଦମାସ ଟୋକା ଖୋଜୁଛନ୍ତି ସୌଭାଗ୍ୟ । କାରଣ ତାଙ୍କର ଆଗାମୀ ମୁଭିର ନାଁ ହେଉଛି ‘ବଦମାସ ଟୋକା’ । ପି. କୁମାରଙ୍କ ନିର୍ଦେଶିତ ଏହି ମୁଭିରେ ଲଭ୍, ଇମୋଶନ୍ ଓ ଆକ୍ସନ୍ ଭରପୁର ରହିଛି । ଯୁବପିଢୀଙ୍କୁ ଆଖି ଆଗରେ ରଖି ଏହି ମୁଭି ତିଆରି କରାଯାଉଥିବା କହିଛନ୍ତି ପ୍ରଯୋଜକ । ଖୁବ୍ ଶ୍ରୀଘ୍ର ମୁଭିର କାଷ୍ଟିଂ ଫାଇନାଲ ହୋଇ ସୁଟିଂ ଆରମ୍ଭ ହେବ । ତେବେ  କିଏ ହେଉଛି ଏହି ବଦମାସ ଟୋକା ଏବଂ ସେ ଦର୍ଶକଙ୍କୁ କିଭଳି ଭାବରେ ପ୍ରଭାବିତ କରୁଛି ତାହା ମୁଭି ରିଲିଜ ହେବା ପରେ ହିଁ ଜଣା ପଡିବ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe