କନକ ବ୍ୟୁରୋ : ମୁକ୍ତିଲାଭ କଲା ଆଗାମୀ କମେଡି ଡ୍ରାମା ଫିଲ୍ମ ବଧାଇ ଦୋ ର ଟାଇଟେଲ ଟ୍ରାକ୍ । ଫିଲ୍ମର ଲିଡ୍ ଷ୍ଟାର ରାଜକୁମାର ରାଓ ଓ ଭୂମି ପେଦନେକରଙ୍କ ବିବାହ ସିକ୍ୱେନ୍ସକୁ ନେଇ ଗୀତଟି ପିକଚରାଇଜ୍ କରାଯାଇଛି । ଗୀତରେ ଶୁଣିବାକୁ ମିଳିଛି ଲୋକପ୍ରିୟ କଣ୍ଠଶିଳ୍ପୀ ନକାସ ଅଜିଜଙ୍କ ମନଛୁଆଁ ଗାୟିକୀ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି । ଆଉ ଏହି ଜବରଦସ୍ତ ପାର୍ଟି ସଙ୍ଗର ଲିରିକ୍ସ ଦେଇଛନ୍ତି ଭାୟୁ । ଫିଲ୍ମରେ ପ୍ରଥମ ଥର ପରଦାରେ ଏକାଠି ନଜର ଆସୁଛନ୍ତି ଭୂମି ଓ ରାଜକୁମାର ।

Advertisment

୨୦୧୮ର ସୁପରହିଟ୍ ଫିଲ୍ମ ବଧାଇ ହୋର ସିକ୍ୱେଲ ହେଉଛି ଏହି ଫିଲ୍ମ । ଏଥିରେ ରାଜକୁମାର ଓ ଭୂମିଙ୍କ ବ୍ୟତୀତ ସୀମା ପାହ୍ୱା, ଶୀବା ଚଡ୍ଢା, ଲବଲୀନ ମିଶ୍ରା, ନିତେଶ ପାଣ୍ଡେ, ଶଷିଭୂଷଣ, ଏବଂ ଦୀପକ ଅରୋରା ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ । ଜଙ୍ଗଲୀ ପିକଚର୍ସ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ହର୍ଷବର୍ଦ୍ଧନ କୁଲକରନୀ । ୧୧ ଫେବୃଆବୀରେ ପରଦାକୁ ଆସିବ ଚଳଚ୍ଚିତ୍ର ବଧାଇ ଦୋ ।