କନକ ବ୍ୟୁରୋ : ରିଲିଜ ହେଲା ଅପକମିଙ୍ଗ ବଲିଓଡ ଫିଲ୍ମ ‘ ବଧାଇ ଦୋ’ ର ଆଉ ଏକ ଗୀତ ‘ଗୋଲ ଗପ୍ପା’ । ଏହି ଧମାକେଦାର ଡ୍ୟାନ୍ସ ଗୀତରେ ଦେଖିବାକୁ ମିଳିଛି ଫିଲ୍ମର ଲିଡ୍ ଷ୍ଟାର ରାଜକୁମାର ଓ ଭୂମିଙ୍କ ଜବରଦସ୍ତ ଡ୍ୟାନ୍ସ । ଫିଲ୍ମର ଟ୍ରେଲର ଆଉ ଟାଇଟଲ ଗୀତ ପରେ ଏହି ଜବରଦସ୍ତ ଗୀତ ଭେଟି ଦେଇଛନ୍ତି ମେକର । ରିଲିଜ ହେବାର କିଛି ସମୟ ଭିତରେ ଗୀତଟି ଟ୍ରେଂଡ୍ ହେବାରେ ଲାଗିଛି । ଏହି ଜବରଦସ୍ତ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମିତ ତ୍ରିବେଦୀ ।

Advertisment

ଗୀତରେ ଶୁଣିବାକୁ ମିଳିଛି, ନେହା କକ୍କର ଓ ଅମିତ ତ୍ରିବେଦୀଙ୍କ ଗାୟିକୀ । ଗୀତ ଟିକୁ ଲେଖିଛନ୍ତି ଅନ୍ୱିତା ଦତ । ଗୀତଟି ରିଲିଜ୍ ହେବାର ମାତ୍ର ୫ ଘଂଟା ଭିତରେ ଏହି ଗୀତକୁ ସାଢେ ୬ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି । ଫିଲ୍ମ ବଧାଇ ଦୋ, ଏକ ସାମାଜିକ କାହାଣୀକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ରାଜକୁମାର ଓ ଭୂମି । ହର୍ଷବର୍ଦ୍ଧନଙ୍କ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ୧୧ ତାରିଖରେ ସିନେମା ଘରରେ ରିଲିଜ ହେବାକୁ ଯାଉଛି ।