ବଡ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅକ୍ଷୟ କୁମାର, ଟାଇଗର ଶ୍ରଫ । ବଡେ ମିଆଁ ଛୋଟେ ମିଆଁରେ ରହିଛି ଉଭୟଙ୍କ ଦମଦାର ଅଭିନୟ

107

କନକ ବ୍ୟୁରୋ : ପ୍ରସ୍ତୁତ ହେଉଛି ବଲିଉଡର ନୂଆ ଆକ୍ସନ ସିନେମା ବଡ଼େ ମିଆଁ ଛୋଟେ ମିଆଁ । ପ୍ରଯୋଜନା ସଂସ୍ଥା ସିନେମାର ପ୍ରଥମ ଟିଜର ରିଲିଜ କରିଛି । ଟିଜରରେ ଦେଖିବାକୁ ମିଳିଛି ପାୱାର ପ୍ୟାକ ପରଫମାନ୍ସ । ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଏକାଠି ଅଭିନୟ କରିଛନ୍ତି । ସିନେମାରେ ଖଳନାୟକ ଚରିତ୍ରରେ ସାଉଥ ଷ୍ଟାର ପୃଥୀବୀ ରାଜ ସୁକମାରନଙ୍କ ଅଭିନୟ ରହିଛି । ବଡ଼େ ବଡ଼େ ମିଆଁ   ଛୋଟେ ମିଆଁର ସୁଟିଂ ସରିବା ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ କାମ । ଅକ୍ଷୟ, ଟାଇଗର ଓ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ମାନୁଷୀ ଚିଲ୍ଲାର ଓ ରୋନିତ ରୟଙ୍କ ଅଭିନୟ ରହିଛି । ଅଲ୍ଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ବଡେମିଆଁ ଛୋଟେ ମିଆଁ ଇଦ ଅବସରରେ ଏପ୍ରିଲରେ ରିଲିଜ ହେବ ।