କନକ ବ୍ୟୁରୋ : ବଲିଉଡ ଅପକମିଙ୍ଗ ଆକ୍ସନ ଫିଲ୍ମ ‘ ବଡେ ମିଆଁ ଛୋଟେ ମିଆଁ’ ର ଟିଜର ରିଲିଜ ହୋଇଛି । ଏଥିରେ ଏକାଠି ନଜର ଆସିବେ ବଲିଉଡର ଖିଲାଡି କୁହାଯାଉଥିବା ଅକ୍ଷୟ କୁମାର ଓ ଆକ୍ସନ ଷ୍ଟାର ଟାଇଗର ସ୍ରଫ୍ । ୨୪ ବର୍ଷ ପୁର୍ବରୁ ରିଲିଜ ହୋଇଥିବା ଫିଲ୍ମ ବଡେ ମିଆଁ ଛୋଟେ ମିଆଁର ଏକ ନୂଆ ରିମେକ ତିଆରି ହୋଇଛି । ଫିଲ୍ମ ବଡେ ମିଆଁ ଛୋଟେ ମିଆଁରେ ବିଗ ବି ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଚରିତ୍ର ନୂଆ ଏକ ସିକ୍ୟୁଏଲ ଦେଖିବାକୁ ପାଇବେ ଦଶର୍କ ।

Advertisment

ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଅଭିନେତା ଅକ୍ଷୟ ଓ ଟାଇଗର । ଏଥିରେ ଅକ୍ଷୟ କୂୁମାର ବଡେ ମିଆଁ ଚରିତ୍ର ନଜରରେ ଆସିବାକୁ ଥିବା ବେଳେ ଛୋଟେ ମିଆଁ ଚରିତ୍ରରେ ନଜର ଆସିବେ ଟାଇଗର ସ୍ରଫ । ଫିଲ୍ମର ଟିଜରରେ ଉଭୟ କଳାକାରଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଟିଜର ଟି ରିଲିଜ ହେବାର କିଛି ସମୟ ମଧ୍ୟରେ ଅନେକ ଭଲପାଇବା ଓ ପ୍ରଶଂସା ସାଉଟିଛି । ଅକ୍ଷୟ କୁମାର ଫିଲ୍ମର ଟିଜର ଟିକୁ ନିଜ ଟୁଇଟର ରେ ପୋଷ୍ଟ କରି ଟାଇଗରଙ୍କୁ କହିଛନ୍ତି, ତୁ ଯେଉଁ ବର୍ଷ ଏ ଦୁନିଆକୁ ଆସିଥିଲୁ ମୁଁ ସେବେଠୁ ଫିଲ୍ମରେ ଡେବ୍ୟୁ କରୁଛି ।

କିନ୍ତୁ ତଥାପି ମୁକାବିଲା ହେବ ବୋଲି ଅକ୍ଷୟ କହିଛନ୍ତି । ଏହି ଅପକମିଙ୍ଗ ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ଅଲି ଅବ୍ୱାସ ଜଫର । ‘ ବେଡେ ମିଆଁ ଛୋଟେ ମିଆଁ’ ଆସନ୍ତା ୨୦୨୩ ଖ୍ରିଷ୍ଟମାସରେ ରିଲିଜ ହେବାକୁ ଯାଉଛି । ହିନ୍ଦୀ ସମେତ, ତାମିଲ, ତେଲୁଗୁ, କନ୍ନଡ ଓ ମାଳାୟଳମ ଭାଷାରେ ମଧ୍ୟ ରିଲିଜ ହେବ ବୋଲି ଜଣାପଡିଛି । ଆକ୍ସନରେ ଭରପୁର ଥିବା ଏହି ଫିଲ୍ମଟି ଦଶର୍କଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ।