କନକ ବ୍ୟୁରୋ : ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା । ପାରମ୍ପରିକ ରୀତିନୀତି ଅନୁସାରେ ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ସ୍ନାନ ଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର - କାନାମ ରାଜୁ, ବାଲା ରାଜୁ ଓ ପୋତ ରାଜୁ । ଏହି ତିନି ଠାକୁରଙ୍କୁ ପାଛୋଟି ଆଣିବା ଏକତ୍ରିତ ହୋଇଥିଲେ ଓଡିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ର ୨୦ ହଜାରରୁ ଅଧିକ ଭକ୍ତ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସିଲେରୁ ନଦୀ ପାରି ହେବା ଲାଗି ଝୁଲା ପୋଲର ବ୍ୟବସ୍ଥା କରାଯାଇ ଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

Advertisment