ବଡସାହିରେ ବାଜି ମାରିବ କିଏ? ନୂଆ ମୁହଁ ସହ ମୈଦାନରେ ୩ ପ୍ରାର୍ଥୀ

110

କନକ ବ୍ୟୁରୋ: ବଡ଼ସାହି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବେତନଟୀ ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗଣେଶ୍ୱର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାୟକଙ୍କ ଠାରୁ ୧୬୮୩୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରଞ୍ଜନ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୧୫,୪୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୮ ହଜାର ୯୯୯
– ମତ ଦେଇଥିଲେ – ୧ ଲକ୍ଷ ୩୫ ହଜାର ୮୫୬
– ଭୋଟଦାନ ହାର – ୮୦.୩୯%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଗଣେଶ୍ୱର ପାତ୍ର ବିଜେଡି ୫୨,୬୯୪ ୩୮.୭୯% ବିଜୟୀ
ଯାମିନୀକାନ୍ତ ନାଏକ କଂଗ୍ରେସ ୩୫,୮୬୦ ୨୬.୪୦% ପରାସ୍ତ
ବୃନ୍ଦାବନ ଦାସ ବିଜେପି ୩୩,୯୬୨ ୨୫.୦୦% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡ଼ିର ଗଣେଶ୍ୱର ପାତ୍ର ନିର୍ବାଚନ ଜିତିଥିଲେ
– ୫୨ ହଜାର ୬୯୪ ଖଣ୍ଡ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଯାମିନୀକାନ୍ତ ନାଏକଙ୍କୁ ପରାସ୍ତ କରିଥିଲେ
– ୧୬ ହଜାର ୮୩୪ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ବୃନ୍ଦାବନ ଦାସ
କଂଗ୍ରେସ: ଦେବଯାନୀ ବେହେରା
ବିଜେପି: ସନାତନ ବିଜୁଳି

୨୦୧୯–ବିଜେଡି: ବୃନ୍ଦାବନ ଦାସ

– ୨୦୧୪ରେ ପରାଜିତ ( ବିଜେପି ପ୍ରାର୍ଥୀ )
– ୨୦୧୯ରେ ବିଜେଡିରେ ସାମିଲ
– ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି

୨୦୧୯– କଂଗ୍ରେସ: ଦେବଯାନୀ ବେହେରା

– ମହିଳା କଂଗ୍ରେସର ନୂଆ ଚେହେରା
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯–ବିଜେପି: ସନାତନ ବିଜୁଳି

-ବ୍ୟବସାୟୀରୁ ରାଜନୀତି
-୨୦୧୮ରେ ବିଜେପିରେ ସାମିଲ
– ପ୍ରଥମଥର ପାଇଁ ପ୍ରାର୍ଥୀ

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଅନୁସୂଚିତ ଜାତି ( ଏସ୍ସି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୨୦୦୯ରେ ନିର୍ବାଚନମଣ୍ଡଳୀ ଗଠିତ
– ବଡସାହି ବ୍ଳକର ୨୧ଟି ପଂଚାୟତ ଏବଂ ବେତନଟୀ ବ୍ଳକକୁ ନେଇ ଗଠିତ
– ୨୦୦୯ରେ ବିଜେଡିର ମନୋରଂଜନ ସେଠୀ ବିଧାୟକ
– ୨୦୧୪ରେ ବିଜେଡିର ଗଣେଶ୍ୱର ପାତ୍ର ବିଧାୟକ