କଟକ ଖାନନଗରରେ ହେବ ନୂଆ ବସଷ୍ଟାଣ୍ଡ । ଗୋପାଳପୁରର ପୂର୍ବ ଚିହ୍ନଟ ଜାଗାରେ ହେବ ବସ ପାର୍କିଂ। ଫାଇଭ-ଟି ସଚିବଙ୍କ ସହ ଆଲୋଚନା ପରେ ଆରଡିସିଙ୍କ ସୂଚନା

ଖାନନଗରକୁ ଉଠିଯିବ ବାଦାମବାଡି ବସଷ୍ଟାଣ୍ଡ

741

କନକ ବ୍ୟୁରୋ: ଖାନନଗରକୁ ଉଠିଯିବ ବାଦାମବାଡି ବସଷ୍ଟାଣ୍ଡ । କଟକ ଖାନନଗରରେ ହେବ ନୂଆ ବସଷ୍ଟାଣ୍ଡ । ଫାଇଭ-ଟି ସଚିବଙ୍କ ସହ ଆଲୋଚନା ପରେ ଏସଂପର୍କରେ ସୂଚନା ଦେଇଛନ୍ତି ଆରଡିସି । ସେହିଭଳି ଖାନନଗରରେ ଥିବା ବିଶ୍ୱନାଥ ପାଠାଗାରକୁ ସ୍ଥାନାନ୍ତର କରାଯାଇ ପାଠାଗାରକୁ ଅତ୍ୟାଧୁନିକ କରାଯିବ ଏବଂ ଗୋପାଳପୁରରରେ ପୂର୍ବ ଚିହ୍ନଟ ଜାଗାକୁ ବସ ପାର୍କିଂ ସ୍ଥଳ କରାଯିବା ସହ ଲିଙ୍କରୋଡ୍ ବାଦାମବାଡି ରାସ୍ତାର ଉନ୍ନତିକରଣ କରାଯିବ । ଅନୁଗୁଳ-ପୁରୀ ବସଷ୍ଟାଣ୍ଡର ବି ଉନ୍ନତିକରଣ କରାଯିବା ନେଇ ଫାଇଭ-ଟି ସଚିବଙ୍କ ସହ ଆଲୋଚନା ପରେ କହିଛନ୍ତି ଆରଡିସି ।

କଟକ ବଡ ମେଡିକାଲ ପରେ ଏବେ ସରକାରଙ୍କ ଫୋକସରେ ବାଦାମବାଡି ବସଷ୍ଟାଣ୍ଡ । ଆଜି ସକାଳୁ ସକାଳୁ କଟକରେ ପହଁଚି ବାଦମବାଡି ବସଷ୍ଟାଣ୍ଡର ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ । ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପାଣ୍ଡିଆନ । ଏଥିସହିତ ଅନୁଗୁଳ ବସଷ୍ଟାଣ୍ଡ, ବାଦାମବାଡି ସେସୁ କାର୍ଯ୍ୟାଲୟ , ଏସସିବି ସଂପ୍ରସାରଣ ପାଇଁ ରାଣିହାଟ ଯୋବ୍ରା ଅଂଚଳରେ ଚାଲିଥିବା କାମ ଓ ହାଡିଆପଠାର କାମ ମଧ୍ୟ ବୁଲି ଦେଖିଛନ୍ତି ଫାଇଭଟି ସଚିବ ଭିକେ ପାଣ୍ଡିଆନ ।

ଆଜି ଭୋର ପ୍ରାୟ ୪ଟାରେ ବାଦାମବାଡି ବସଷ୍ଟାଣ୍ଡରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟର ଏହି ସବୁଠାରୁ ବଡ ବସଷ୍ଟାଣ୍ଡରେ କଣ କଣ ସମସ୍ୟା ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ବାଦାମବାଡି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଂଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଫାଇଭ-ଟି ସଚିବ । ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି ।