ବାଦଲଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସହଯୋଗ ପାଇଁ ଅନୁରୋଧ କଲେ ପରିବାର ସଦସ୍ୟ।

88

କନକ ବ୍ୟୁରୋ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଖେଳିବା ବୁଲିବା ବୟସରେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ବାଦଲ । ଭୁବନ ବ୍ଲକ ବାଲିବୋ ଗାଁର ବାଦଲ ବେହେରାଙ୍କ ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି । ୨ବର୍ଷ ତଳେ ସ୍କୁଲରେ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ସମୟରେ ପଡିଯିବା ଯୋଗୁ ବ୍ରେନଷ୍ଟ୍ରୋକ ହୋଇଥିଲା । ଅର୍ଥ ଅଭାବରୁ ଭଲ ଭାବେ ତାଙ୍କର ଚିକିତ୍ସା କରାଯାଇପାରିନଥିଲା । ଅଭାବ ଅନଟନ ଭିତରେ ପରିବାର ଚଳୁଥିବା ବେଳେ ପୁଅର ଚିିକତ୍ସା କରିବା ସମ୍ଭବ ହୋଇନଥିଲା । ଯାହାକିଛି ଅର୍ଥ ଥିଲା ସେଥିରେ ପୁଅର ଚିକତ୍ସା କରିସାରିଛନ୍ତି । ଘରବାଡି ସବୁ ବିକ୍ରି କରିସାରିଛନ୍ତି ଚିକିତ୍ସାରେ । ତେବେ ଏହି କୁନି ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଚିକିତ୍ସା ନହୋଇପାରିବାରୁ ବାଦଲ ଆଉ ଏବେ ଠିକ୍ ଭାବେ କଥା ହୋଇପାରୁନି । ବାପା ଗାଡି ଚଳାଇ ପରିବାର ଚଳାଉଥିବା ବେଳେ ଏବେ ପୁଅକୁ ଜଗି ରହୁଛନ୍ତିି । ଅଭାବୀ ପରିବାର । ରୋଜଗାର ନଥିବାରୁ ଚଳିବା ମୁସ୍କିଲ ହେଉଥିବା ବେଳେ ଏବେ ପୁଅର କିଭଳି ଚିକିତ୍ସା କିଭଳି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ଏପରିକି କିଛି ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିିଛନ୍ତି ବାଦଲଙ୍କ ପରିବାର ।