ପୁଅର ପଦେ କଥା ବଦଳାଇ ଦେଲା ବାପାଙ୍କ ଜୀବନ: ନକରାତ୍ମକ ଚିନ୍ତାଧାରା ଛାଡି ଆଧ୍ୟାତ୍ମିକ ବାଟ ଚାଲିଲେ ବଡବିଲର ସମୀର; ନିଶା ଛାଡି ଲୋକଙ୍କ ମନରେ ସୃଷ୍ଟି କରୁଛନ୍ତି ଭଗବତ ଚେତନା

3,418

କନକ ବ୍ୟୁରୋ: ଛୋଟ ପୁଅର ପଦେ କଥା ବଦଳେଇ ଦେଇଛି ବାପାର ଜୀବନ । ନିଶାଡିରୁ ଭଗବତ ପ୍ରେମୀ ଆଉ ଭଗବାନ ଚିନ୍ତନରେ  କଟୁଛି ଜୀବନ ।  ଦିନ ଥିଲା ଯାହାଙ୍କୁ  ଲୋକେ ଭୟ କରୁଥିଲେ ତାଙ୍କୁ ଆଜି ମିଳୁଛି ଶତ ସମ୍ମାନ । ବଡବିଲ ଅଂଚଳରେ ଦିନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ସମୀର କୁମାର ପତି ସେ ଆଜି ନିଜର ଅସାମାଜିକ ଜୀବନକୁ ବର୍ଜନ କରି ଭଗବତ ପ୍ରେମରେ ଭଗବତ ଚିନ୍ତାରେ ନିଜକୁ ପରିବର୍ତନ କରି ସାରିଛନ୍ତି । ପୂର୍ବରୁ ବଡବିଲ ଅଂଚଳରେ ବେଶ ଦୁର୍ଦାନ୍ତ  ଭାବେ ପରିଚିତ ଥିବା ସମୀର ପୁଅର ଗୋଟିଏ ପଦ କଥାରେ ନିଜରକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ ।

ମାତ୍ର ୭ ବର୍ଷ ପୁଅର ଥରିଲା ଓଠା ପଦେ କଥା  “ବାପା ତୁମେ ମଦ ପିଇବାକୁ ଯିବନି କି’ । ପୁଅର ଏହି ଗୋଟିଏ ପଦ କଥାରେ ବାପା ନିଜର ଜୀବନକୁ ପରିବର୍ତନ କରିଛି । ଆଉ ୩ବର୍ଷ ହେଲା ସ୍ନାନ ପୂଣ୍ଣିମା ଦିନରୁ ବଡବିଲରୁ ପାଦରେ ଚାଲିଚାଲି ଯାଜପୁରର ମା ବିରଜାଙ୍କ ଦର୍ଶନ କରି ପରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ପାଇଁ ପୁରୀ ଅଭିମୁଖେ ଯାତ୍ରା କରି ଆସୁଛନ୍ତି । ମନରେ ଗୋଟିଏ ଚିନ୍ତା ନିଜକୁ ସଂପୂର୍ଣ୍ଣ ଭାବେ ପରିବର୍ତିନ କରି ଦଶୁ ରତ୍ନାକରରୁ ବାଲ୍ମିକୀ ହେବା ।