ମୋ ଧାମ ମୋ ଗର୍ବ ଅଭିଯାନରେ ଚାଲିଛି ‘ବଡଦାଣ୍ଡ ସେବା’ : ପୁରୀ ସହର ଓ ବଡଦାଣ୍ଡକୁ ସଫାସୁତୁରା ରଖିବାକୁ ଉଦ୍ୟମ 

ସଫେଇ କାର୍ଯ୍ୟକ୍ରମରେ ପୁରୀବାସୀ ଓ ପର୍ଯ୍ୟଟକ ସାମିଲ 

125

କନକ ବ୍ୟୁରୋ : ପୁରୀରେ ଚାଲିଛି ବଡଦାଣ୍ଡ ସେବା । ପ୍ରତି ଶନିବାର ସକାଳ ସାଢେ ଛଅରୁ ସାଢେ ୮ ଯାଏଁ ଦୁଇ ଘଂଟା ଧରି ବଡଦାଣ୍ଡ ସେବା କରାଯାଉଛି । ପୁରୀ ସହର ଓ ବଡଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମରିଚିକୋଟ ଛକ, ଡାକ୍ତରଖାନା ଛକ, ମାର୍କେଟଛକ, ବଡଶଙ୍ଖ, ଗୁଣ୍ଡିଚାମନ୍ଦିର ଯାଏ ଏହି ୫ଟି ସ୍ଥାନରେ ବଡଦାଣ୍ଡ ସେବା ଆରମ୍ଭ କରାଯାଇଛି । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକଙ୍କୁ ସାମିଲ କରାଯାଉଛି । ବଡଦାଣ୍ଡ ସେବାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା ପ୍ରତିଯୋଗିତା, ରଙ୍ଗୋଲି, କୁଇଜ୍, ଚିତ୍ରାଙ୍କନ ଭଳି  ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହା ସାଙ୍ଗକୁ କୃତି ପ୍ରତିଯୋଗୀକୁ ଗୁଣ୍ଡିଚାମନ୍ଦିର ନିକଟରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବଡଦାଣ୍ଡ ସେବା ସହ ପ୍ରତି ଶନିବାର ପ୍ଲାଷ୍ଟିକ୍ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରିଛି ପୁରୀ ପ୍ରଶାସନ ।