ଆଜିଠୁ ଆରମ୍ଭ ବଡ଼ଦାଣ୍ଡ ମହୋତ୍ସବ। ଏଣିକି ପ୍ରତି ରବିବାର ପୁରୀ ବଡଦାଣ୍ଡରେ ଭଜନ ସଂକିର୍ତ୍ତନ ସହ ଦେଖିବାକୁ ମିଳିବ ଝୋଟି ଓ ଚିତ୍ରାଙ୍କନ

ଆଧ୍ୟାତ୍ମିକ ପରିବେଶ ଓ ଭକ୍ତି ଭାବ ସୃଷ୍ଟି କରିବାକୁ ପ୍ରଶାସନର ଉଦ୍ୟମ

172

କନକ ବ୍ୟୁରୋ: ଆଜିଠୁ ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ମହୋତ୍ସବ । ଭଜନ ସଂକିର୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସୁଚି ବଡ଼ଦାଣ୍ଡ । ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏମିତି କିଛି ପ୍ରୟାସ କରିଛି ପୁରୀ ଜିଲ୍ଲା ପ୍ରଶାସନ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବଡ଼ଦାଣ୍ଡ଼ର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିନେଇଥିଲା ।

ଏଣିକି ପ୍ରତ୍ୟେକ ରବିବାର ପୁରୀରେ ହେବ ବଡ଼ଦାଣ୍ଡ ମହୋତ୍ସବ । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବାକୁ ଶ୍ରୀମନ୍ଦିର ଚୁତୁପାଶ୍ୱର୍ରେ ଏହି ପ୍ରୟାସ ଆରମ୍ଭ ହୋଇଛି । ପ୍ରତେକ ରବିବାର ଏହି ଭାବନାରେ ବଡ଼ଦାଣ୍ଡ ମହୋତ୍ସବ କରାଯିବ । ପୁରୀର ସାହିଯାତ, ଓଡ଼ିଶୀ , ଗୋଟିପୁଅ ନୃତ୍ୟର ଝଲକ୍ ଏହି ମହୋତ୍ସବରେ ସ୍ଥାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକ ସାମିଲ ହୋଇ ମଜା ନେଇଥିଲେ ।