ବ୍ୟସ୍ତବହୁଳ ଜୀବନରେ ଭୁଲ୍ ଖାଦ୍ୟ ଖାଇବା ଏବଂ ଦାନ୍ତକୁ ଭଲ ଭାବରେ ସଫା ନ କରିବା କାରଣରୁ ସାଧାରଣତଃ ବ୍ୟକ୍ତିର ମୁହଁରୁ ଅନେକ ସମୟରେ ଦୁର୍ଗନ୍ଧ ବାହାରିଥାଏ । ହେଲେ ଆମେ ଏହାକୁ ଏକ ସାଧାରଣ କଥା ଭାବି ଅଣଦେଖା କରିଦେଇଥାଉ । ଯଦି ଏହି ସମସ୍ୟାଟି ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ, ତେବେ ଏହା ଅନେକ ରୋଗର ସଙ୍କେତ ମଧ୍ୟ ଦେଇଥାଏ।
ଆସନ୍ତୁ ଜାଣିବା, ମୁହଁରୁ ବାହାରୁଥିବା ଦୁର୍ଗନ୍ଧ କେଉଁ କେଉଁ ରୋଗର ସଙ୍କେତକୁ ସୂଚାଏ
କ୍ୟାନ୍ସର ଜନିତ ସମସ୍ୟା :- ଲମ୍ବା ସମୟ ଧରି ସ୍ମୋକିଙ୍ଗ୍ କରୁଥିବା ବା ତମାଖୁ ସେବନ କରଥିବା ବ୍ୟକ୍ତି ସାଧାରଣତଃ ଓରାଲ୍ କ୍ୟାନ୍ସରର ଶିକାର ହୋଇଥା’ନ୍ତି। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ମୁହଁରୁ ବହୁତ ଜୋରରେ ଦୁର୍ଗନ୍ଧ ବାହାରିଥାଏ।
ଇନଡାଇଜେସନ୍ ଜନିତ ସମସ୍ୟା - ଶରୀରର ମେଟାବୋଲିଜିମ୍ ଠିକ୍ ନ ରହିବା କାରଣରୁ ବ୍ୟକ୍ତିର ଶରୀରରେ ଇନଡାଇଜେସନ୍ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ବ୍ୟକ୍ତି ଏହି ସମସ୍ୟାର ଶିକାର ହୁଏ, ତେବେ ତା’ର ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।
ଲଂଗସ୍ ଇନଫେକ୍ସନ୍ ଜନିତ ସମସ୍ୟା - ଲଂଗସ୍ ଇନଫେକ୍ସନ୍ କାରଣରୁ ମଧ୍ୟ ବ୍ୟକ୍ତିର ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।
ଲିଭର୍ ଇନଫେକ୍ସନ୍ ଜନିତ ସମସ୍ୟା - ସାଧାରଣତଃ ବ୍ୟକ୍ତିର ଇନଫେକ୍ସନ୍ କାରଣକୁ ନେଇ ତାହାର ଶରୀରରେ ଇନଡାଇଜେସନ୍ ସସସ୍ୟା ଦେଖା ଦେଇଥାଏ । ଏହା ଦ୍ୱାରା ମଧ୍ୟ ବ୍ୟକ୍ତିର ମୁହଁରୁ ଦୁର୍ଗନ୍ଧ ବାହାରେ।
ଡାଇବେଟିସ୍ ଜନିତ ସମସ୍ୟା - ସାଧାରଣତଃ ଡାଇବେଟିସ୍ କାରଣକୁ ନେଇ ବ୍ୟକ୍ତିର ଶରୀରରେ ମେଟାବୋଲିଜିମ୍ ପରିବର୍ତ୍ତନ ଘଟିିବାକୁ ଲାଗେ। ଏହି କାରଣରୁ ମଧ୍ୟ ବ୍ୟକ୍ତିର ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।
କିଡନି ସମସ୍ୟା - କିଡନି ଜନିତ ସମସ୍ୟା ଥିଲେ ବ୍ୟକ୍ତିର ମୁହଁଟି ଶୁଷ୍କ ହୋଇଯାଏ। ଯେଉଁ କାରଣକୁ ନେଇ ସାଧାରଣତଃ ବ୍ୟକ୍ତିର ମୁହଁରୁ ଦୁର୍ଗନ୍ଧ ବାହାରିବାକୁ ଲାଗେ।
ଦାନ୍ତ ସମସ୍ୟା - ଯଦି କୌଣସି ବ୍ୟକ୍ତିର ଦାନ୍ତ ଜନିତ ସମସ୍ୟା ରହିଥାଏ, ତେବେ ଏହା ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହାରିବାର ଅନ୍ୟ ଏକ କାରଣ ହୋଇଥାଏ।
ସାଧାରଣ ସମସ୍ୟା - ସାଧାରଣତଃ ଠିକ୍ ଉପାୟରେ ବ୍ରସ୍ ନକରିବା କାରଣରୁ ମଧ୍ୟ ବ୍ୟକ୍ତିର ଦାନ୍ତରେ କୀଟାଣୁ ଜମାଟ ବାନ୍ଧି ରହିଥାଏ। ଏହା ଫଳରେ ବ୍ୟକ୍ତିର ମୁହଁରେ ଇନଫେକ୍ସନ୍ ହୋଇଥାଏ ଏବଂ ମୁହଁରୁ ଦୁର୍ଗନ୍ଧ ବାହାରେ।