ଆନ୍ଧ୍ରର ତିରୁମାଲାରେ ଅଭାବନୀୟ ଦୃଶ୍ୟ: ନଦୀ ପାଲଟିଲା ଗାଁ-ଦାଣ୍ଡ, ପ୍ରଖର ସୁଅରେ ଦଉଡି ଧରି ରାସ୍ତାପାର ହେଉଛନ୍ତି ଲୋକେ

112

କନକ ବ୍ୟୁରୋ: ଦକ୍ଷିଣ ଭାରତରେ ପୁଣି ବନ୍ୟା ବିତ୍ପାତ । ତାମିଲନାଡୁ, କଣ୍ଣାଟକ ଓ ଆନ୍ଦ୍ରପ୍ରଦେଶ ରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି । ତାମିଲନାଡୁ ଭେଲ୍ଲୁର ରେ କୋଠା ଭୁଷିଡି ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି କଣ୍ଣାଟକ ରେ ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଛି । ଅନ୍ୟପଟେ ଆନ୍ଧପ୍ରଦେଶ ର ଲୋକମାନେ ବନ୍ୟା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷାରେ ବେହାଲ ଦକ୍ଷୀଣ ଭାରତ । ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତାମିଲନାଡୁ ରେ ପୁଣି ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଭେଲ୍ଲୁର ଜିଲ୍ଲାରେ ଏକ କୋଠା ଭୁଷୁଡି ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଥିବା ସୂଚନା ମିଳିଛି । ସେହିପରି ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାମ ଜାରି ରହିଛି । ସେହିପରି ପୁଡୁଚେରୀରେ ବନ୍ୟା ବିଭିଷୀକା ସାଧାରଣ ଜନ ଜୀବନ ପ୍ରଭାବିତ କରିଛି ।

ଆନ୍ଦ୍ରପ୍ରଦେଶ ଚିତୋର ଜିଲ୍ଲାର ତିରୁପତି ଅଞ୍ଚଳ । ବନ୍ୟା ପାଣିରେ ଯାନବାହାନ ଗୁଡିକ ଭାସି ଯାଉଛି । ପାଣିର ସ୍ରୋତ ଏତେ ଅଧିକ ରହିଛି ଯେ ରାସ୍ତାରେ ଆସୁଥିବା ଲୋକଙ୍କୁ ମଧ୍ୟ ଭସାଇ ନେଉଛି । ଲଗାଣ ବର୍ଷା ଜାରୀ ରହିବା ଫଳରେ ରାସ୍ତାଘାଟ, ଘରଦ୍ୱାର ପୁରା ଜଳ ଘେରରେ ରହିଛି । ସେହିପରି ତିରୁମାଳା ମନ୍ଦିରରେ ବନ୍ୟା ପାଣି ପଶିଥିବାରୁ ଅନେକ ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ମିଳିଛି । ଆନ୍ଦ୍ରପ୍ରଦେଶ ରେ ବନ୍ୟାର ସମାନ ଚିତ୍ର ଦେଖିବାକୁ ମିଳିଛି । ଏତେ ଅଧିକ ବର୍ଷା ହୋଇଛି ଯେ ରାଜ୍ୟର ଏକାଧିକ ସ୍ଥାନରେ ବନ୍ୟାପାଣି ଭରି ରହିଛି । ହଠାତ୍ ବନ୍ୟା ପାଇଁ କଡପା ଜିଲ୍ଲାରେ ୩ ଜଣଙ୍କ ମୃୃତ୍ୟୁ ହୋଇଥିବା ଜଣା ପଡିଛି ।

ସେପଟେ କର୍ଣ୍ଣାଟକରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ସମେତ ଅନେକ ଜିଲ୍ଲାରେ ରାଜ୍ୟ ସରକାର ସ୍କୁଲ କଲେଜ ଗୁଡିକୁ ଛୁଟି ଘୋଷଣା କରିଛନ୍ତି । ଗତ ସପ୍ତାହରେ ତାମିଲନାଡୁରେ ଭିଷଣ ବନ୍ୟା ଦେଖିବାକୁ ମିଳିଥିଲା । ବନ୍ୟା ପ୍ରଭାବିତଙ୍କ ଅଂଟା ସଳଖିବା ପୁର୍ବରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବା ଚିନ୍ତାର କାରଣ ପାଲଟିଛି ।