ଦୂତୀଙ୍କୁ ଠକିଦେଲା ସ୍ୱିଗି…ଖାଦ୍ୟର ମାନକୁ ନେଇ ଦୌଡ ରାଣୀଙ୍କ ଅଭିମାନ..କହିଲେ ଏଣିକି ଆଉ ସ୍ୱିଗିରେ ଅର୍ଡର କରିବେନି ଖାଦ୍ୟ

498

କନକ ବ୍ୟୁରୋ: ଆଉ ସ୍ୱିଗିରୁ ଖାଦ୍ୟ ଅର୍ଡର କରିଦେନି ଦୌଡ ରାଣୀ । ଆଉ ଏଭଳି ଏକ ଟୁଇଟ କରିଛନ୍ତି ଖୋଦ୍ ଦୌଡ ରାଣୀ ଦୂତୀ ଚାନ୍ଦ । ଟୁଇଟରରେ ସ୍ୱିଗିରୁ ଅର୍ଡର କରିଥିବା ଖାଦ୍ୟର ଏକ ଫଟୋ ସହ ଲେଖିଛନ୍ତି ଖାଦ୍ୟର ମାନ ଅତି ନିମ୍ନ । ଆଉ ଖାଦ୍ୟର ଏଭଳି ମାନକୁ ନେଇ ଅଭିମାନ କରିବା ସହ ଏଣିକି ଆଉ ସ୍ୱିଗି ଆପରେ ଖାଦ୍ୟ ଅର୍ଡର କରିବେ ନାହିଁ ବୋଲି ସେ ସଫା ସଫା ଶୁଣାଇଦେଇଛନ୍ତି । ଦୂତୀଙ୍କ ଏଭଳି ଟୁଇଟ ଦେଖିବା ପରେ ସ୍ୱିଗି କେୟାର ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି । ଏଥିରେ କୁହାଯାଇଛି ଆପଣ ନିମ୍ନ ମାନର ଖାଦ୍ୟ ପାଇଥିବାରୁ ଆମେ ଦୁଃଖିତ..ଫୋନ କରି ଆମେ ଆପଣଙ୍କ ସମସ୍ୟର ସମାଧାନ ଖୁବ ଶୀଘ୍ର କରିଦେବୁ ।

ସେହିପରି ଦୂତୀ ଚାନ୍ଦଙ୍କୁ ଫଲୋ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ରି ଟୁଇଟ କରି ଜଣେ ଫଲୋର୍ସ ଲେଖିଛନ୍ତି ସ୍ୱିଗି ଅର୍ଡରରେ ଯେଉଁ ବିରିୟାନି ଆସୁଛି ତାହା ଅଧା ପୋଡା । ଆଉ ଜଣେ ଦୂତୀଙ୍କ ପ୍ରଶଂସକ ଲେଖିଛନ୍ତି ଖାଦ୍ୟ ଅର୍ଡର କଲା ବେଳେ କେଉଁ ହୋଟେଲ କିମ୍ବା ରେଂଟୁରାଂଟରୁ ଖାଦ୍ୟ ଆସୁଛି ତା ଉପରେ ଧ୍ୟାନ ଦେବା ଜରୁରୀ ।

<

/p>

ସେହିପରି ଆଉ ଜଣେ ଦୂତୀଙ୍କ ଟୁଇଟକୁ ରି ଟୁଇଟ କରି ମଜାଳିଆ ଢଙ୍ଗରେ ଲେଖିଛନ୍ତି ଆପଣ ଏଣିକି ନିଜେ ରୋଷେଇ କରନ୍ତୁ । ତେବେ ବଡ କଥା ହେଉଛି , ଦୂତୀଙ୍କ ଟାଇମ ଲାଇନରେ କରାଯାଇଥିବା ଟୁଇଟ ଆଉ ଏହା ଉପରେ ଆସୁଥିବା ପ୍ରତିକ୍ରିୟା ଉପରେ ଜବାବ ରଖିଛି ସ୍ୱିଗି କେୟାର୍ସ ।