ଦେଶର ଅଟୋମୋବାଇଲ୍ ବଜାରରେ ଏବେ ମାନ୍ଦାବସ୍ତା ଚାଲିଛି । ଲଗାତାର ବ୍ୟବସାୟରେ କ୍ଷତି ଏବଂ କମ୍ ବିକ୍ରିକୁ ନେଇ ବାଇକ୍ ଏବଂ କାର୍ ନିର୍ମାତା କମ୍ପାନୀ ଧିରେଧିରେ ଚାକିରୀରେ ମଧ୍ୟ ଛଟେଇ କରିବା ଆରମ୍ଭ କରିଦେଇଛନ୍ତି । ଏକ ଖବରକାଗଜ ମୁତାବକ , ବାହନ ନିର୍ମାତା ,ପାର୍ଟସ୍ ନିର୍ମାତା ଏବଂ ଡିଲର୍ସ ଏପ୍ରିଲ୍ ମାସରୁ ପ୍ରାୟ ୩.୫୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିସାରିଛନ୍ତି । ଏଭଳି ସ୍ଥିତିରେ ଏବେ ସରକାରଙ୍କ ପାଇଁ ଏହି ସମସ୍ୟା ଏକ ଚ୍ୟାଲେଞ୍ଜର ରୁପ ନେଇଛି ।

Advertisment

publive-image

ସୂତ୍ର ଅନୁସାରେ , ପ୍ରଥମେ କାର୍ ଏବଂ ବାଇକ୍ ନିର୍ମାତା କମ୍ପାନୀ ସାରା ଦେଶରେ ୧୫ ହଜାରରୁ ଅଧିକ ଏବଂ କମ୍ପୋନେଟ୍ ନିର୍ମାତା ପାଖାପାଖି ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିଥିଲେ । ରିପୋର୍ଟ ଅନୁସାରେ କିଛି ଦିନ ଭିତରେ ୫ ଟି ବଡ ବଡ ଅଟୋମୋବାଇଲ୍ କମ୍ପାନୀର ଚିହ୍ନଟ କରାଯାଇଛି ଯେଉଁଠି ଅଧିକ ପରିମାଣରେ ଚାକିରୀରେ ଛଟେଇ କରାଯାଇଛି । ତେବେ ବର୍ତ୍ତମାନ ସରକାରଙ୍କ ମୁଣ୍ଡରେ ବେକାରୀ ସମସ୍ୟାକୁ ନେଇ ଚଡକ ପଡିଯାଇଛି ।
ଦେଶର ସବୁଠାରୁ ବଡ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକୀ ଇଣ୍ଡିଆ ଉଦ୍ୟୋଗରେ ହୋଇଥିବା ମାନ୍ଦାବସ୍ତାକୁ ଦେଖି ଜୁଲାଇ ମାସରେ ଉତ୍ପାଦନରେ ୨୫.୧୫ ପ୍ରତିଶତ ଛଟେଇ କରିଥିଲା । ଲଗାତାର ଷଷ୍ଠ ମାସରେ ଏହି କମ୍ପାନୀ ନିଜ ଉତ୍ପାଦନ କମାଇଛି । ଡିମାଣ୍ଡ ଏବଂ ସପ୍ଲାଏ ଭିତରର ଅନ୍ତରକୁ ଦେଖି ଟାଟା ମୋଟର୍ସ କମ୍ପାନୀ ମଧ୍ୟ ଉତ୍ପାଦନ କମ୍ କରୁଛି ।

publive-image

ବାହନ ଉଦ୍ୟୋଗ ସରକାରଙ୍କୁ ବାହନ ଉପରେ ଜିଏସଟି ଦର କମ୍ କରିବା ସହ ପ୍ରୋତ୍ସାହନ ପ୍ୟାକେଜ୍ ଦେବା ପାଇଁ ଅନୁରୋଧ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଙ୍କ ସହ କଥାବାର୍ତ୍ତା କରି ବାହନ ଉଦ୍ୟୋଗୀମାନେ ବୈଠକରେ ଆସୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଅଟୋମୋବାଇଲ୍ ରେ ଆସୁଥିବା ଏହି ସଂକଟ ଅବସ୍ଥାରେ ୩.୫ କୋଟି ଲୋକ ପ୍ରଭାବିତ ହେବେ । କୋଟି କୋଟି ଲୋକଙ୍କୁ ରୋଜଗାର ପ୍ରଦାନ କରୁଥିବା ଏହି ସଂସ୍ଥା କାମରୁ ଛଟେଇ କଲେ ଲୋକ ଦେଶରେ ବେକାରୀ ସଂଖ୍ୟା ହୁ ହୁ ହୋଇ ବଢିବ ।