ସାବଧାନ ! ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ଜାଣନ୍ତୁ ଶରୀର ଉପରେ ପଡେ କ’ଣ ପ୍ରଭାବ ?

376

କନକ ବ୍ୟୁରୋ : ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ସତର୍କ କରାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, କୋଲ୍ଡ ଡ୍ରିଙ୍କସ୍ ପିଇବା ଶରୀର ପାଇଁ କ୍ଷତିକାରକ । ଏଥିରେ ସୁଗାରର ମାତ୍ରା ଅଧିକ ଥିବାରୁ ଶରୀରର ଅନେକ ପ୍ରକାଣ ରୋଗ ସୃଷ୍ଟି କରିଥାଏ ।

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହେଉଛି । ଲୋକେ ଖରାରୁ ରକ୍ଷା ପାଇବା ପାଇଁ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି । ତେବେ ଏହା ଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି ।

ଖରା ଦିନେ କୋଲ୍ଡ ଡ୍ରିଙ୍କସ୍ ପିଇଲେ ..

– ପେଟରେ ଚର୍ବି ବଢିଥାଏ
– ମଧୁମେହ ରୋଗ ହେବାର ଆଶଙ୍କା ବଢିଥାଏ
– ଉଚ୍ଚ ରକ୍ତଚାପ ରୋଗୀଙ୍କର ରକ୍ତଚାପ ବୃଦ୍ଧି ପାଇଥାଏ
– ଇନ୍ସୁଲିନର ସନ୍ତୁଳନ ବଗିଡ଼ିଥାଏ
– ହୃଦରୋଗୀଙ୍କ କୋଲେଷ୍ଟ୍ରୋଲ ଏବଂ ରକ୍ତ ସଞ୍ଚଳୟ ପ୍ରଭାବିତ ହୁଏ
– ଶିଶୁମାନେ ସହଜରେ ମୋଟାପଣର ଶିକାର ହୋଇଥାନ୍ତି