ହଜିବାକୁ ବସିଛି ଚାନ୍ଦୁଆ ଶିଳ୍ପ । ଚିନ୍ତାରେ ପଡିଛନ୍ତି ଚାନ୍ଦୁଆ କାରିଗର, ଚାନ୍ଦୁଆ ମାର୍କେଟ କଂପ୍ଲେକ୍ସ ପାଲଟିଛି ଭୂତକୋଠା

75

କନକ ବ୍ୟୁରୋ : କମୁଛି ପିପିଲି ଚାନ୍ଦୁଆର ମାନ । ନା ଆଗ ଭଳି ଆସୁଛନ୍ତି ପର୍ଯ୍ୟଟକ ନା ବିକ୍ରି ବ୍ୟବସ୍ଥା କଣ ଅଛି । ଦିନକୁ ଦିନ ଏହି ଚାନ୍ଦୁଆ ଚାହିଦା କମିଯାଉଥିବା ବେଳେ ପର୍ଯ୍ୟଟକ ବି ପିପିଲି ଭିତରକୁ ଆସୁ ନାହାନ୍ତି । ସେପଟେ ହଜାର ହଜାର ଚାନ୍ଦୁଆ କାରିଗରଙ୍କ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାନ୍ଦୁଆ ମାର୍କେଟ କଂପ୍ଲେକ୍ସ କରାଯାଇଛି । ହେଲେ ୧୦ ବର୍ଷରୁ ଅଧିକ ଦିନ ହେବ ଏହା ଏକ ଭୂତକୋଠା ହୋଇ ପଡିଥିବା ବେଳେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାଫଳରେ ଚାନ୍ଦୁଆ ବଜାର ବି ଏବେ ଖାଲି ପଡିଗଲାଣି । କାରିଗର ମାନେ ମଧ୍ୟ ଏଥିରୁ ମୁହଁ ଫେରାଇ ନେଉଛନ୍ତି । ପିପିଲିରୁ ପ୍ରସିଦ୍ଧ ଚାନ୍ଦୁଆର ଚାହିଦା ଦେଶ ବିଦେଶରେ ରହିଛି । ହେଲେ ଏବ ଏହାର ଚାହିଦା କମିଥିବା ବେଳେ ବ୍ୟବସାୟ ବି ସୀମିତି ହୋଇ ରହିଗଲାଣି ।

ଗାଁ ମେଳଣରୁ ନେଇ ମନ୍ଦିର ପୂଜା ପର୍ବାଣୀରେ ଛତ୍ରିରୁ ନେଇ ଆଲଟ, ମନ୍ଦିର ଚାନ୍ଦୁଆ ଆଦି କରାଯାଉଥିଲେ ବି ବିକ୍ରି ବ୍ୟବସ୍ଥା ନାହିଁ । କାରିଗର ବି କ୍ଷତିରେ ପଡୁଥିବା ବେଳେ ଲାଭ ଦୁଇ ପଇସା ନାହିଁ । ୧୦ ବର୍ଷ ହେଲା କରାଯାଇଥିବା ମାର୍କେଟ କ୍ମମ୍ପେ୍ଲକ୍ସ ଥରଟିଏ ବି ଖୋଲାଯାଇନି । ସସମ୍ୟା ନେଇ ବହୁବାର ଜଣାଯାଇଥିଲେ ବି କୌଣସି ସମାଧାନ ହୋଇପାରିନି । ସେପଟେ ଆଉ ଏକ ନୂଅ ବଜାର ଖୋଲିବାକୁ କୁହାଯାଉଛି । ଯାହାର ଅପେକ୍ଷାରେ ରହିଛନ୍ତି କାରିଗର ।

ଚାନ୍ଦୁଆ କାରିଗରଙ୍କ ସମସ୍ୟା କେବେ ସୁଧୁରିବ ଓ ପ୍ରଶାସନର କେବେ ନଜର ପଡିବ ତା ଉପରେ ରହିଛି ସମସ୍ତଙ୍କ ନଜର ।