ରାଜନୀତିରେ ରୋଚକ ଦୃଶ୍ୟ: ସଭା ମଂଚ ଉପରେ କାନ୍ଦିଲେ ପଛୁଆ ସମ୍ପ୍ରଦାୟର ନେତା, ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ: ରାଜନୀତିରେ ରୋଚକ ଦୃଶ୍ୟ । ସଭା ମଂଚରେ କାନ୍ଦିଲେ ନେତା । ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନାର ନିର୍ବାଚନୀ ପ୍ରଚାରରୁ ଆସିଛି ଏଭଳି ନିଆରା ଦୃଶ୍ୟ । ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମଂଚରେ ବସିଥିଲେ ମାଡିଗା ସମ୍ପ୍ରଦାୟର ନେତା ମାଣ୍ଡ କିଷ୍ଣା ମାଡିଗା । ଏହି ସମୟରେ ଭାବବିହୋଳ ହୋଇଯାଇଥିଲେ ମାଣ୍ଡ କିଷ୍ଣା । ଆଉ ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡ କିଷ୍ଣାଙ୍କ ପିଠି ଥାପୁଡାଇ ଆଶ୍ୱସନା ଦେଇଥିଲେ । ତେବେ ମାଡିଗା ସମ୍ପ୍ରଦାୟ ବହୁ ଦିନରୁ ଏସସି ମାନ୍ୟତା ପାଇଁ ଦାବି କରିଆସୁଥିବା ବେଳେ ମୋଦୀ ତାଙ୍କୁ ପ୍ରତିଶ୍ରୂୁତି ଦେଇଛନ୍ତି । ମାଡିଗା ସମ୍ପ୍ରଦାୟକୁ ଏସସି ମାନ୍ୟତା ଦେବା ପାଇଁ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ନିର୍ବାଚନ ହେବାର ଅଛି ।