ଏନସିବି ଓ ଭାରତୀୟ ନୌସେନାର ବଡ ରେଡ୍ । ଗୁଜରାଟ କଚ୍ଛ ବନ୍ଦରରୁ ୩୩୦୦ କିଲୋ ଡ୍ରଗ୍ସ, ୩ହଜାରରୁ ଅଧିକ କେଜିର ଚରସ ସମେତ ବହୁ ନିଶା ସାମଗ୍ରୀ ଜବତ

556

କନକ ବ୍ୟୁରୋ: ଗୁଜରାଟରେ ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ବଡ଼ ଅପରେସନ । କଚ୍ଛ ବନ୍ଦର ନିକଟରୁ ସବୁଠୁ ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଛି । ଜାହାଜରୁ ୩ ହଜାର ୧୦୦ କିଲୋଗ୍ରାମର ଡ୍ରଗ୍ସ ଜବତ ସହ ଧରା ପଡିଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆ । ଜବତ ଡ୍ରଗ୍ସର ମୂଲ୍ୟ ୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି ।

ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଅନେକ ଥର ଏନସିବି ଓ ନୌସେନା ମିଳିତ ଅପରେସନ କରି ସମୁଦ୍ରରୁ ଡ୍ରଗ୍ସ ଜବତ କରିଛନ୍ତି । ୨୦୨୨ରେ ଫେବ୍ରୁଆରିରେ ଗୁଜରାଟ ବନ୍ଦର ନିକଟରୁ ୨୨୧ କିଲୋଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା । ସେହିପରି ଅକ୍ଟୋବର ୨୦୨୨ରେ କେରଳ ସମୁଦ୍ରରୁ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଥିଲା । ଗତବର୍ଷ ମାର୍ଚ୍ଚରେ ପାକିସ୍ତାନୀ ଜାହାଜରୁ ୨ ହଜାର ୫୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରିଥିଲା ନୌସେନା ।