କନକ ବ୍ୟୁରୋ : ଆଜିକାଲି ସମସ୍ତେ ପାଠ ପଢୁଛନ୍ତି । ଚାକିରି କରିବାକୁ ନିଜକୁ ସେତିକି ଦକ୍ଷ ମଧ୍ୟ ହେଉଛନ୍ତି । ହେଲେ ଯେଉଁଭଳି ଭାବେ ସାରା ବିଶ୍ୱରେ ଆଇଟି କ୍ଷେତ୍ରରେ ଛଟେଇ ଚାଲିଛି ତାକୁ ନେଇ ଏବେ ସବୁଠି ଭାଳେଣି ପଡିଛି । ଯେଉଁମାନେ ଇଞ୍ଜିନିୟରିଂ କିମ୍ବା ଏମସିଏ ଆଦି ପଢି ଚାକିରି କରିଛନ୍ତି ସେମାନେ କିଭଳି ଚାକିରି ବଞ୍ଚାଇବେ ତାଉପରେ ଗୁରୁତ୍ୱ ଦେଉଥିବା ବେଳେ ଯେଉଁମାନେ ପାଠ ପଢୁଛନ୍ତି ସେମାନେ ଏବେ ଆଇଟି ଚାକିରିକୁ ନେଇ ଚିନ୍ତାରେ ।

Advertisment

ଋଷ-ୟୁକ୍ରେନ ଯୁଦ୍ଧଠୁ ଆରମ୍ଭ କରି ସାରା ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥା ଛଟେଇର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେଣୁ ବଡ଼ ବଡ଼ ପ୍ରଯୁକ୍ତି କଂପାନି, ଷ୍ଟାର୍ଟଅପ୍ ଓ ୟୁନିକର୍ଣ୍ଣ ଆଦିରେ କାମ କରୁଥିବା କର୍ମଚାରୀମାନଙ୍କ ଲାଗି ୨୦୨୨ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି । ବିଶେଷ କରି ଆମେରିକାର ବଡ଼ ବଡ଼ ଆଇଟି କଂପାନିରେ କାମ କରୁଥିବା କର୍ମଚାରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି ।

- ୨୦୨୩ରେ ଛଟେଇ ହେଲେଣି ୧ ଲକ୍ଷ ୫୩ ହଜାର କର୍ମଚାରୀ
- ଦୈନିକ ୨୭୦୦ରୁ ଅଧିକ କର୍ମଚାରୀ ଛଟେଇ ହେଉଛନ୍ତି
- ୨୦୨୨ରେ ମେଟା ପକ୍ଷରୁ ୧୧ ହଜାର ଛଟେଇ ହୋଇଥିଲା
- ଗୁଗୁଲ୍ କର୍ମଚାରୀ ସଂଖ୍ୟା ୧୨ ହଜାର କମ୍ କରିଛି
- ମାଇକ୍ରୋସଫ୍ଟ ୧୦ ହଜାର କର୍ମଚାରୀଙ୍କୁ ବିଦା କରିଛି
- ଆମାଜନ୍ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି
- ଟ୍ୱିଟରରୁ ଅଧା କର୍ମଚାରୀଙ୍କୁ ଏଲନ୍ ମସ୍କ ବିଦା କରିଛନ୍ତି
- ଏବେ ଟ୍ୱିଟରର ଆଉ ୫୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି
- ଡେଲ୍ ଟେକ୍ନୋଲୋଜିସ୍ ୬,୬୫୦ କର୍ମଚାରୀଙ୍କୁ ବିଦା କରିଛି
- ଫେସବୁକ୍ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ
- ଏରିକ୍ସନ ଏହାର ୮,୫୦୦ କର୍ମଚାରୀଙ୍କୁ ବିଦା କରିବା ଆଶଙ୍କା
- ମ୍ୟାକିନସେ ୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ
- ୨୦୨୩ରେ ୫୩୪ଟି କଂପାନି ୧,୫୩,୦୦୫ କର୍ମଚାରୀ ଛଟେଇ କରିପାରନ୍ତି
- ଗତବର୍ଷ ୨,୪୧,୧୭୬ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି
- ଗତବର୍ଷ ଦୈନିକ ୧,୫୩୫ ଜଣ କର୍ମଚାରୀ ବିଦା ହୋଇଥିଲେ