କନକ ବ୍ୟୁରୋ: କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ କଟକ ବଡ ମେଡିକାଲରେ ଚାଲିଛି ଦୁଇ ଜଣଙ୍କ ଚିକିତ୍ସା । ଚୀନର ଉହାନରୁ ଫେରିଥିବା ଛାତ୍ରୀଙ୍କୁ ଏସସିବିରେ କରୋନା ଆକ୍ରାନ୍ତଙ୍କ ପାଇଁ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଛି । ତାଙ୍କ ରକ୍ତ ଓ ଲାଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଜି ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରକୁ ପଠାଯିବ । ଉକ୍ତ ନମୁନାରୁ ପୁନେ ସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯିବ ବୋଲି ସୂଚନା ମିଳିଛି ।

Advertisment

publive-image

ଛାତ୍ରୀଙ୍କ ସହ ତାଙ୍କ ସ୍ୱାମୀ ଆସିଥିବାରୁ ତାଙ୍କୁ ମଧ୍ୟ ଅନୁଧ୍ୟାନ ପାଇଁ ଏସସିବିରେ ରଖାଯାଇଥିବା ଜଣାପଡିଛି । ପୂର୍ବରୁ ୫ ଜଣ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ନମୁନା ପୁନେକୁ ପଠାଯାଇଥିଲା । ଗତକାଲି ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଆସିନଥିବା ଜଣାପଡିଛି । ସେପଟେ ଚୀନରେ ଭୟଙ୍କର ହେଉଛି କରୋନା । ବର୍ତମାନସୁଦ୍ଧା ଚୀନରେ ୩୬୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ବେ ଏକ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗଜନକ ଅଛନ୍ତି । ଓ ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଚିକିତ୍ସା ଚାଲିଛି ।

publive-image

ସେପଟେ  ଚୀନରେ ଭୟଙ୍କର ହେଉଛି କରୋନା । ବର୍ତମାନ ସୁଦ୍ଧା ଚୀନରେ ୩୬୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେବି  ଏକ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗଜନକ ଅଛନ୍ତି । ଓ ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଚିକିତ୍ସା ଚାଲିଛି । ବିଶ୍ୱବ୍ୟାପୀ ୧୮ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଚୀନ ବାହାରେ ବି କରୋନାଜନିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୪୮ ଘଂଟା ମଧ୍ୟରେ ଚୀନରେ ୩ହଜାର ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏ ଯାଏଁ ୨୩ଟି ଦେଶରେ କରୋନା ଭାଇରସ ପଂହଚିସାରିଛି ଓ ଫିଲିପାଇନ୍ସରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ବିଭିନ୍ନ ରାଷ୍ଟ୍ର ଚୀନରୁ ସେମାନଙ୍କ ନାଗରିକଙ୍କୁ ଫେରାଇ ଆଣୁଛନ୍ତି । ଭାରତ ସରକାର ମଧ୍ୟ କରୋନା ଭାଇରସଙ୍କୁ ନେଇ ଆଡଭାଇଜରି ଜାରି କରିସାରିଛନ୍ତି ।