କନକ ବ୍ୟୁରୋ : ଗିରଫ ଆଶଙ୍କା ଭିତରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ଇଡି ତିନି ଥର ସମନ ଜାରି କରିଥିଲେ ମଧ୍ୟ କେଜରିୱାଲ ହାଜର ହୋଇନାହାଁନ୍ତି । ଆଉ କହିଛନ୍ତି, ବିଜେପି ତାଙ୍କୁ ଇଡି, ସିବିଆଇ ଲଗାଇ ଗିରଫ କରିବାକୁ ଚାହୁଁଛି । ଦିଲ୍ଲୀରେ କୌଣସି ଅବକାରୀ ଦୁର୍ନୀତି ହୋଇନାହିଁ । ବିଜେପି ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପ୍ରଚାରରୁ ଦୁରେଇ ରଖିବାକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି । ଯଦି ଆଇନଗତ ଭାବେ ସଠିକ୍ ସମନ ଜାରି କରାଯାଇଥାନ୍ତା ତେବେ ସେ ସହଯୋଗ କରିଥାନ୍ତେ ।

Advertisment

ଗତ ଡିସେମ୍ବର ୨୨ ତାରିଖରେ ତୃତୀୟ ଥର ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହଜାର ହେବାକୁ କେଜରୀୱାଲଙ୍କୁ ନୋଟିସ୍ କରିଥିଲା ଇଡି । ଜାନୁଆରୀ ୩ ତାରିଖ ଭିତରେ ହଜାର ହେବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ କେଜରୀୱାଲ ହଜାର ନହେବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଗିରଫ ଭୟରେ କେଜରୀୱାଲ ଇଡିରେ ହଜାର ହେଉନଥିବା ଅଭିଯୋଗ ଆଣିଛି ବିଜେପି । ସେପଟେ ପୁଣି ଥରେ କେଜରୀୱାଲଙ୍କୁ ନୂଆ ସମନ ଜାରି କରିବାକୁ ଇଡି ଯୋଜନା କରୁଥିବା କୁହାଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଇଡିର ନୋଟିସକୁ ନେଇ ପ୍ରଶ୍ନ ଉଠାଇଛି ଆପ୍ ।

ଗୁରୁବାର ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ନଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଥିଲେ ଆପ୍ ନେତା ସୌରଭ ଭରଦ୍ୱାଜ ଓ ମନ୍ତ୍ରୀ ଅତିଶୀ । କିନ୍ତୁ ଇଡି ପକ୍ଷରୁ ସେଭଳି କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ତେବେ ଏହି ମାମଲାରେ ପୂର୍ବରୁ ଆପ ନେତା ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି ।