କନକ ବ୍ୟୁରୋ : ବଲିଉଡରେ ନୂଆ ଜଣେ ଗ୍ୟାଙ୍ଗଷ୍ଟରଙ୍କ ଏଣ୍ଟ୍ରି ହୋଇଛି । ଏହି ଗ୍ୟାଙ୍ଗଷ୍ଟର ଯେତିକି ଦମଦାର ଡାଇଲଗ କହୁଛନ୍ତି ସେତିକି ନୂଆ ରହିଛି ତାଙ୍କର ଲୁକ । ସେ ହେଉଛନ୍ତି ଖିଲାଡି କୁମାର ଅକ୍ଷୟ । ଅକ୍ଷୟଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେର ନୂଆ ଟ୍ରେଲର ରିଲିଜ ହୋଇଛି ।

Advertisment

publive-image

ତେବେ, ଶୁଣାଯାଉଛି ଏଥିରେ ଆକ୍ସନ୍, କମେଡି, ରୋମାନ୍ସ ଓ ଡ୍ରାମା; ସବୁପ୍ରକାର ମନୋରଂଜନ ରହିଛି। ସବୁଠୁ ବଡ଼କଥା ହେଉଛି ଏହି ଚଳଚ୍ଚିତ୍ର ତାରିଖକୁ ଗୁରୁତ୍ବ ଦେଉନାହିଁ ବରଂ ଏକ ବିଶେଷ ଉତ୍ସବ ଅବସରକୁ ଗୁରୁତ୍ବ ଦେଉଛି । ଅର୍ଥାତ୍ ‘ବଚ୍ଚନ ପାଣ୍ଡେ’ ହୋଲି ପର୍ବ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ଅକ୍ଷୟ କୁମାର ଓ କୃତିଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅସଶଦ ବାରସୀ, ସ୍ନେହାଲ୍ ଦାବୀ, ପଙ୍କଜ ତ୍ରିପାଠୀ, ପ୍ରତୀକ ବବ୍ବର, ଅଭିମନ୍ୟୁ ସିଂହ ଏବଂ ଶରଶ କୁମାର ଶୁକ୍ଳା ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

publive-image

‘ବଚ୍ଚନ ପାଣ୍ଡେ’ ଫିଲ୍ମର ପ୍ରଯୋଜନା କରିଛନ୍ତି ସାଜିଦ ନଦିଆୱାଲା। ‘ହିରୋପନ୍ତି’, ‘ଦିଲୱାଲେ’, ‘ରବତା’, ‘ବରେଲି କୀ ବର୍ଫି’, ‘ଲୁକା ଛୁପି’, ‘ହାଉସଫୁଲ୍-୪’, ‘ପାନିପତ’, ମିମି’, ‘ହମ୍ ଦୋ ହମାରେ ଦୋ’ ପରି ଚଳଚ୍ଚିତ୍ରରେ ନାୟିକା ସାଜି ଅଭିନେତ୍ରୀ କୃତି ସାନନ୍‌ ପୂର୍ବରୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ‘ସ୍ତ୍ରୀ’, ‘କଲଙ୍କ’ ଓ ‘ପତି ପତ୍ନୀ ଔର ଵ’ ଫିଲ୍ମରେ ସେ ଅତିଥି କଳକାର ଭାବେ ଅଭିନୟ କରି ବେଶ୍ ପ୍ରଶଂସିତ ହେଇଛନ୍ତି । ଆଗକୁ ତାଙ୍କୁ ‘ଆଦିପୁରୁଷ’, ‘ଶେହଜାଦା’, ‘ଭେଡିଆ’ ଓ ‘ଗଣପତ’ ଆଦିରେ ଦେଖିବାକୁ ମିଳିବ । ଆଗାମୀ ମାର୍ଚ୍ଚ ମାସ ୧୮ ତାରିଖରେ ‘ବଚ୍ଚନ ପାଣ୍ଡେ’ ମୁକ୍ତିଲାଭ କରିବ ।