କନକ ବ୍ୟୁରୋ : ରିଲିଜ ହେଲା ବଲିଉଡର ଅପକମିଙ୍ଗ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ର ଟ୍ରେଲର । ଟ୍ରେଲରରେ ଦମଦାର ଭୂମିକାରେ ନଜର ଆସିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର ଦଶର୍କ ଖୁବ ଭଲପାଇବା ଦେଇଛନ୍ତି । ସେହିପରି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଅକ୍ଷୟଙ୍କ ଏକ ଫଟୋ ମଧ୍ୟ ଦର୍ଶକଙ୍କୁ ବେସ ପସନ୍ଦ ଆସିଛି । ଫିଲ୍ମରେ ଅଭିନେତ୍ରୀ କ୍ରିତି ସାନନ ଓ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ଅଭିନେତା ଅର୍ଶଦ ବାରର୍ସି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Advertisment

ଫିଲ୍ମ ବଚ୍ଚନ ପାଣ୍ଡେରେ ଏକ ଗ୍ୟାଙ୍ଗଷ୍ଟାର କାହାଣିକୁ ନେଇ ଆଧାରିତ । ଏହି ଫିଲ୍ମ ପାଇଁ ୯୯ କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡିଛି । ଗତ ବର୍ଷ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଟି କରୋନା କାରଣରୁ ଅଟକି ରହିଥିଲା । ଫରହାଦ ସାମଜିଙ୍କ ନିର୍ଦ୍ଦେଶିତ ସାଜିଦ ନାଦିଆଦ ବାଲାଙ୍କ ପ୍ରସ୍ତୁତ ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୨୫ ରେ ସିନେମା ଘରରେ ରିଲିଜ ହେବ । ଫିଲ୍ମର ସଫଳତାକୁ ନେଇ ଉଭୟ ବହୁତ ଆଶାୟୀ ଅଛନ୍ତି । ଅନ୍ୟପଟେ ଆସନ୍ତା ୧୮ ତାରିଖରେ ସାଜିଦଙ୍କ ଜନ୍ମଦିନ ଥିବାରୁ ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ ହେବାକୁ ଥିବା ନେଇ ଜଣାପଡିଛି ।