କନକ ବ୍ୟୁରୋ : ସମ୍ବଲପୁର ଡିଅରପାର୍କରେ ନୂଆ ଅତିଥି ସାଜିଛି ନୟାଗଡରୁ ଉଦ୍ଧାର କରାଯାଇଥିବା ଛୁଆ ଚିତା ବାଘ । ଚିତା ବାଘ ଛୁଆକୁ ଯତ୍ନ ନିଆଯିବା ସହିତ କରାଯାଉଛି ଚିକିତ୍ସା । ୪ ମାସର ଏହି ଚିତା ବାଘ ଛୁଆକୁ ବର୍ତ୍ତମାନ ମାଂସ ଖାଇବାକୁ ଦିଆଯିବା ସହିତ ଔଷଧ ଓ ଗ୍ଲୁକୋଜ ପାଣି ପ୍ରତ୍ୟକ ଦିନ ଦିଆଯାଉଛି । ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ୧୦୦ ଗ୍ରାମ ଲେଖାଏଁ ମାଂସ ଖାଇବାକୁ ଦିଆଯାଉଛି ବାଘ ଛୁଆକୁ ।
ବାଘ ଛୁଆର ନାଁ ରାଣୀ ଦିଆଯାଇଥିବା ବେଳେ ସଖାକୁ କ୍ଷୀର, ୯ ଟାରେ ମାଂ. ୧୨ ଟାରେ ଗ୍ଲୁକୋଜ ପାଣି ୩ ଟାରେ ଗ୍ଲୁକୋଜ ପାଣ, ଓ ୫ ଟାରେ କ୍ଷୀର ଓ ରାତି ୯ ଟାରେ ପୁଣି ମାଂସ ଦିଆଯାଉଛି । ବାଘର ଖାଇବା ପିଇବା ଠାରୁ ଆରମ୍ଭ କରି ଝାଡା ପରିଶ୍ରା ମଧ୍ୟ ରେକର୍ଡ ମେଣ୍ଟେନ କରାଯାଉଛି । ଡିଅରପାର୍କକୁ ଆସିଲା ବେଳକୁ ଓଜନ କମ ଥିବା ବେଳେ ବର୍ତ୍ତମାନ ତାର ଓଜନ ବୃଦ୍ଧି ହୋଇଛି । ୱାଇଲ୍ଡ ଲାଇଫ ଡିଏଫଓଙ୍କ କହିବା କଥା ବାଘ ଛୁଆଟି ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ତାର ଯତ୍ନ ନେବା ପାଇଁତ୍ତସ୍ୱତନ୍ତ୍ର ଭାବେ ଜଣେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ପ୍ରାଣୀ ଚିକିତ୍ସକଙ୍କ କହିବା ଅନୁସାରେ ବାଘ ଛୁଆକୁ ଯତ୍ନ ନିଆଯିବା ସହିତ ଚିକିତ୍ସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-04-12h22m33s481.png)
/kanak/media/post_attachments/wp-content/uploads/2018/04/vlcsnap-2018-04-04-12h23m04s109-300x169.png)