ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର : ଜନ୍ମ ହେଲେ ୨୮ ଶାବକ

68

କନକ ବ୍ୟୁରୋ : ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ  ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ସୂଚନା ଅନୁସାରେ ସାତକୋଶିଆର ଟିକରପଡ଼ା ବନ୍ୟପ୍ରାଣୀ  ବନାଂଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କ ବନ ବିଭାଗ ଠାବ କରିଥିଲା । ଯେଉଁଥିରେ ପ୍ରାୟ ୨୮ଟି ଘଡ଼ିଆଳ ଛୁଆ ଥିବା ଜଣାପଡ଼ିଛି । ଏହି ସବୁ ସାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଥିବା ଅନୁଗୁଳ ବନମଣ୍ଡଳ ଆଂଚଳିତ ମୁଖ୍ୟ ବନ ସରଂକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି ।

Comments are closed.