ମା’ର ସେଲଫି ନେବା ଇଚ୍ଛା ! କୁନି ଝିଅ ପାଇଁ ହେଲା କାଳ…

42

ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖବବାକୁ ମିଳିଛି । ଏଠାରେ ଥିବା ଏକ ସପିଙ୍ଗ ମଲକୁ ଏକ ଦମ୍ପତ୍ତି ନିଜ ଦଶ ବର୍ଷର ଝିଅ ସହ ସପିଙ୍ଗ କରିବାକୁ ଯାଇଥିଲେ । ତେବେ ସେଠାରେ ଥିବା ଏସ୍କେଲେଟର ସେମାନେ ସେଲଫି ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଯେତେବେଳେ ମହିଳାଜଣଙ୍କ ଗୋଟିଏ ହାତରେ ମୋବାଇଲ ଧରି ସେଲଫି ନେବା ପାଇଁ ଚେଷ୍ଟା କରିଥିଲେ ଅନ୍ୟ ହାତରେ କାଖ ହୋଇଥିବା ତଳେ ଖସିପଡିଥିଲା । ତଳେ ପଡିବାରୁ ଝିଅଟି ଆହତ ହୋଇଥିଲା । ଏହା ପରେ ତାକୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ଝିଅଟିକୁ ମୃତ ଘୋଷଣା କରିଥିଲେ ।

ପୋଲିସର ସୂଚନା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଭାବେ ଏକ ଦୁର୍ଘଟଣା ଅଟେ । ଝିଅଟିର ପରିବାରବର୍ଗ ମଧ୍ୟ ପୋଲିସର କୌଣସି ପ୍ରକାର ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି । ତେବେ ପୋଲିସ ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି । ଠିକ ଏହି ପରି ଅନ୍ୟ ଏକ ମାମଲାରେ ଜଣେ ଛଅ ମାସର ଶିଶୁ ଦ୍ୱିତୀୟ ମହଲାରୁ ଖସି ପଡିବାରୁ ତାର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ବାପା ମା ମୁମ୍ବାଇର ଏକ ବିବାହ କାର୍ଯ୍ୟକ୍ରମକୁ ଶିଶୁକୁ ନେଇ ଆସିଥିବା ସମୟରେ ଏପରି ଅଘଟଣ ଘଟିଥିଲା ।