ରେଳ ଧାରଣାରେ କଟି ଚାଲିଗଲା ଛୁଆ ହାତୀର ଜୀବନ ; ମୃତ ଦେହକୁ ମା’ ହାତୀ ସହ ଜଗି ରହିଛନ୍ତି ହାତୀପଲ 

ରେଳ ଧାରଣାରେ କଟି ଚାଲିଗଲା ଛୁଆ ହାତୀର ଜୀବନ ; ମୃତ ଦେହକୁ ମା’ ହାତୀ ସହ ଜଗି ରହିଛନ୍ତି ହାତୀପଲ 

କନକ ବ୍ୟୁରୋ: ରେଳ ଧାରଣାରେ କଟି ଚାଲିଗଲା ଛୁଆ ହାତୀର ଜୀବନ। ମୃତ ଦେହକୁ ମା ହାତୀ ସହ ଜଗି ରହିଛନ୍ତି ହାତୀପଲ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ରେଳ ଧାରଣାରେ କଟି ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ରେଳସାଇଡ଼ିଂ ଅଧିକାରୀ ଓ ଜିଆରପି ପୋଲିସ୍ ପହଞ୍ଚିଛନ୍ତି। ହାତୀପଲ ମୃତଦେହକୁ ଜଗିରହିଥିବାରୁ ପାଖକୁ ଯାଇପାରୁନାହାଁନ୍ତି ଅଧିକାରୀ।

ସେପଟେ ରେଢ଼ାଖୋଲରେ କରେଣ୍ଟ ଲାଗି ମାଇହାତୀର ମୃତ୍ୟୁ ଘଟିଛି। ଘୁଷୁରାମାଳ ସେକ୍ସନ କାଉଁସିବାହାଳ ବିଟ ଚହଟାପଦା ନିକଟ ଜାତୀୟ ରାଜପଥରୁ ୨୦୦ମିଟର କରେଣ୍ଟ ଲାଗି ହାତୀର ମୃତ୍ୟୁ ହୋଇଛି। ମୃତ ମାଇହାତୀର ବୟସ ୩୦ ବର୍ଷ, ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚିଛି ବନ ବିଭାଗ। ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଁଚି ଶବ ବ୍ୟବଛେଦ୍ଦ କଲା ପରେ ମୃତଦେହକୁ ପୋତାଯିବ। ବିଗତ କିଛି ମାସ ଧରି କରେଣ୍ଟ ଲାଗି ହାତୀ ମୃତ୍ୟୁର ଖବର ଆସୁଥିବା ବେଳେ ବନ ବିଭାଗ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe