ବନବିଭାଗର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ ଛୁଆ : ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମ ରେଂଜ ଜାମୁଝରା ଗାଁର ଘଟଣା, ଗତରାତିରେ କୂଅ ଭିତରେ ଗଳି ପଡିଥିଲା ହାତୀ

ବନବିଭାଗର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ ଛୁଆ : ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମ ରେଂଜ ଜାମୁଝରା ଗାଁର ଘଟଣା, ଗତରାତିରେ କୂଅ ଭିତରେ ଗଳି ପଡିଥିଲା ହାତୀ

କନକ ବ୍ୟୁରୋ : କୂଅ ଭିତରୁ ହାତୀ ଛୁଆ ଉଦ୍ଧାର । ଢ଼େଙ୍କାନାଳ କାମାକ୍ଷାନଗର ପଶ୍ଚିମ ରେଂଜ ଗାଁରେ ଦେଖିବାକୁ ମଳିଛି ଏହି ଘଟଣା । ଗତକାଲି ରାତିରୁ କୂଅ ଭିତରେ ଗଳି ପଡିଥିବା ଏକ ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ । ଅନେକ ସମୟର କସରତ ପରେ ବନବିଭାଗ କର୍ମଚାରୀ ହାତୀଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

publive-image

ଗତକାଲି ଏହି ଅଂଚଳରେ ହାତୀପଲ ବୁଲୁଥିବା ଦେଖିବାକୁ ମଳିଥିଲା । ସେହି ସମୟରେ ଏକ ଛୁଆ ହାତୀଟି କୂଅରେ ପଡ଼ିଯାଇଥିଲା । ଘଟଣା ସର୍ମ୍ପକରେ ସ୍ଥାନୀୟ ଲୋକ ଜାଣି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଛୁଆ ହାତୀଟିର ବୟସ ପ୍ରାୟ ୨ ବର୍ଷ ହୋଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe